Latest Odisha News

BREAKING NEWS

କେଦାର ଭାରତୀ ସାପ୍ତାହିକ ସାହିତ୍ୟ ପତ୍ରିକାର ବାର୍ଷିକ ବିଶେଷାଙ୍କ ଉନ୍ମୋଚିତ

ବାଲେଶ୍ଵର : ସାପ୍ତାହିକ ସାହିତ୍ୟ ପତ୍ରିକା କେଦାର ଭାରତୀର ବାର୍ଷିକ ବିଶେଷାଙ୍କ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନରେ ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ।ଅତିଥି ମାନଙ୍କ ମଧ୍ୟରେ ନୀଳଗିରି ବିଧାୟକ ସୁକାନ୍ତ ନାୟକ , ପ୍ରଦୀପ ଦାଶ, ବିଜେପି ଜିଲ୍ଳା ସଭାପତି ଉମାକାନ୍ତ ମହାପାତ୍ର , ସମାଜସେବୀ ଶ୍ରୀନାଥ ବେହେରା ଓ ରଶ୍ମିରଞ୍ଜନ ଦାସ ପ୍ରମୁଖ ଯୋଗଦେଇଥିଲେ । ଯୁବ ସମାଜ ସଜାଗ ହେଲେ ସାହିତ୍ୟ ପ୍ରତି ମମତା ବଢ଼ିବ ବୋଲି ମତ ପ୍ରକାଶ ପାଇଥିଲା।

ଏହି ଅବସରରେ ମୁଖ୍ୟ ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ଦାସ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ୫୦ ଜଣ କବି ଓ ଲେଖକଙ୍କୁ ଏହି ସମାରୋହରେ ସମ୍ବର୍ଦ୍ଧିତ କରାଯାଇଥିଲା। ୨୦ ଜଣ କବି ସ୍ୱରଚିତ କବିତା ପାଠ କରିଥିଲେ।

Leave A Reply

Your email address will not be published.