Latest Odisha News

BREAKING NEWS

ପରୀ ମୃତ୍ୟୁ ମାମଲାରେ ଚାଲିଛି ଡିଏନଏ ପରୀକ୍ଷା

ଭୁବନେଶ୍ୱର: ନୟାଗଡ ପରୀ ମୃତ୍ୟୁ ମାମଲାରେ ଆଜି ଡିଏନଏ ପରୀକ୍ଷା ପ୍ରକ୍ରିୟା ଜାରି ହୋଇଛି । ପରୀ ପିନ୍ଧିଥିବା ଡ୍ରେସରୁ ମିଳିଥିବା ସିମେନ ଓ ରକ୍ତନମୁନାର ହେଉଛି ଡିଏନଏ ପରୀକ୍ଷା କରାଯାଉଛି । ସେପଟେ ଚିହ୍ନଟ ଅଭିଯୁକ୍ତର ବି ପରୀକ୍ଷା କରାଯାଉଛି । ଦୁଇଟି ଯାକର ରିପୋର୍ଟ ଆସିଲେ ମ୍ୟାଚ କରାଯିବ ।

ପରୀକୁ ଦୁଷ୍ମର୍ମ ପରେ ହତ୍ୟା କରାଯାଇଥିବା ଗତକାଲି କ୍ରାଇମବ୍ରାଂଚ ଏସଆଇଟି ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଥିଲେ । ଅଭିଯୁକ୍ତ ପରୀ ଗାଁର ବୋଲି ଚିହ୍ନଟ କରାଯାଇଥିବା ଏଥିରେ ଉଲ୍ଲେଖ ରହିଛି ।

ନୟାଗଡ ଯଦୁପୁର ଗାଁର ପରୀ ଜୁଲାଇ ୧୪ ତାରିଖରୁ ନିଖୋଜ ହୋଇଯାଇଥିଲେ । ନିଖୋଜର ୧୦ ଦିନ ପରେ ତାର ମୃତଦେହ ତାଙ୍କ ଘରପଟ ପୋଖରୀରୁ ଏକ ବସ୍ତା ଭିତରେ ମିଳିଥିଲା । ପରୀର ଦେହରେ ପୋଷାକ ନ ଥିଲା । ଏପରିକି ଆଖି ତଡା ଯାଇଥିଲା । କିନ୍ତୁ ଏ ନେଇ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉଥିବା ଅଭିଯୋଗ କରି ପରୀର ବାପା ମାଆ ବିଧାନସଭା ଆଗରେ ଆତ୍ମାହୂତି ଉଦ୍ୟମ କରିଥିଲେ । ଏହାପରେ ତଦନ୍ତ ନେଇ ଏସଆଇଟି ଗଠନ ହୋଇଥିଲା ।

ଆଇପିଏସ୍ ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ଗଠିତ ଏହି ଏସଆଇଟି ଗାଁକୁ ଯାଇ ତଦନ୍ତ କରିଥିଲା । ଏହାପରେ ଗତକାଲି ହାଇକୋର୍ଟରେ ରିପୋର୍ଟ ବନ୍ଦ ଲଫାଫାରେ ଦାଖଳ କରିଥିଲା ।

Leave A Reply

Your email address will not be published.