Latest Odisha News

BREAKING NEWS

ଗଧ ମଳରେ ପ୍ରସ୍ତୁତ ହେଉଥିଲା ମସଲା

ଆଗ୍ରା(ଉ.ପ୍ର): ଘରେଘରେ ଖାଦ୍ୟ ପ୍ରସ୍ତୁତି ପାଇଁ ବ୍ୟବହାର ହୁଏ ବିଭିନ୍ନ ମସଲା । ଏହି ସମସ୍ତ ମସଲାରୁ ବ୍ୟଂଜନକୁ ମିଳେ ଭିନ୍ନ ପରିଚୟ । ଏଥିପାଇଁ ଅନେକ ଲୋକ ବଜାରରୁ ରେଡି ମେଡ୍ ମସଲା କିମ୍ବା ଗୋଟା ମସଲା ଆଣି ଘରେ ପ୍ରସ୍ତୁତ କରିଥାନ୍ତି । ହେଲେ ରେଡି ମେଡ୍ ମସଲାର ଗୁଣବତ୍ତାକୁ ନେଇ ବେଶ କିଛି ସମୟ ଧରି ଲୋକଙ୍କ ମନରେ ସନ୍ଦେହ ଉପୁଜିଛି । ପ୍ରତିଦିନ କେଉଁଠି ନା କେଉଁଠି ନକଲି ମସଲା ପ୍ରସ୍ତୁତକାରୀ କାରଖାନା ଉପରେ ଚଢାଉ ହେଉଛି ।

ସୋମବାର ରାତିରେ ଉତ୍ତରପ୍ରଦେଶର ହାଥରସ ଅଂଚଳରେ ଏକ ମସଲା ପ୍ରସ୍ତୁତକାରୀ କାରଖାନା ଉପରେ ପୋଲିସ ଚଢାଉ କରିଥିଲା । ତେବେ ଚଢାଉ ସମୟରେ କାରଖାନାରେ ଥିବା ସାମଗ୍ରୀ ଓ କଂଚାମାଲ ଦେଖି ପୋଲିସର ହୋସ ଉଡିଯାଇଥିଲା । କାହିଁକି ନା ସେଠି ଗୋଟା ମସଲା ନୁହେଁ ବରଂ ଗଧ ମଳରେ ପ୍ରସ୍ତୁତ ହେଉଥିଲା ଭଳିକିଭଳି ମସଲା ।

ଚଢାଉରେ ପ୍ରାୟ ୩୦୦ କିଗ୍ରା ମସଲା ଜବତ ହୋଇଥିଲାବେଳେ ଏଥିରେ ସାମିଲ ଥିଲା ଲଙ୍କା ଗୁଣ୍ଡ, ଧଣିଆ ଗୁଣ୍ଡ, ଗରମ ମସଲା ଓ ହଳଦୀ ଗୁଣ୍ଡ । ତଦନ୍ତରୁ ଜଣାପଡିଛି ଗଧ ମଳ, କୁଣ୍ଡା ଓ ଏସିଡର ମିଶ୍ରଣରେ ପ୍ରସ୍ତୁତ ହେଉଥିଲା ନକଲି ମସଲା । ତେବେ ନକଲି ମସଲା ପ୍ରସ୍ତୁତ କରିବା ଅଭିଯୋଗରେ କାରଖାନା ମାଲିକ ଅନୁପ ଭର୍ସନେକୁ ପୋଲିସ ଗିରଫ କରିଛି ।

ଜବତ ମସଲାର ୨୭ଟି ନମୁନାକୁ ପୋଲିସ ପରୀକ୍ଷଣ ପାଇଁ ଲାବ୍ରୋଟାରୀ ପଠାଇଛି । ଅନ୍ୟପଟେ କାରଖାନା ମାଲିକ ଅନୁପଙ୍କୁ ପୋଲିସ ଥାନରେ ଅଟକ ରଖିଛି । ଲାବ୍ରୋଟାରୀ ରିପୋର୍ଟ ଆସିବା ପରେ ଖାଦ୍ୟ ସୁରକ୍ଷା ଓ ମାନ ଅଧିନିୟମ ଅନୁଯାୟୀ ଅନୁପଙ୍କ ବିରୋଧରେ ମାମଲା ରୁଜୁ ହେବ ।

Leave A Reply

Your email address will not be published.