Latest Odisha News

ଅତ୍ୟଧିକ ଭୋକ ଲାଗିବା ଏକ ରୋଗ କି?

ଭୁବନେଶ୍ବର:କିଛି ଲୋକଙ୍କୁ ବହୁତ ଭୋକ ଲାଗେ । ଏପରି ଲୋକମାନେ ଖାଦ୍ୟ ଖାଇବା ପରେ ମଧ୍ୟ ଭୋକିଲା ଅନୁଭବ କରନ୍ତି । ଯଦି ଆପଣଙ୍କୁ ମଧ୍ୟ ଆବଶ୍ୟକତାଠାରୁ ଅଧିକ ଭୋକ ଲାଗୁଛି ତେବେ ଏହା ସାମାନ୍ୟ କଥା ନୁହେଁ । ଏପରି ଅନେକ ରୋଗ ହେତୁ  ମଧ୍ୟ ହୋଇପାରେ ।

-ଆମ ମଧ୍ୟରେ ଅନେକ ଲୋକ ଅଛନ୍ତି, ଯେଉଁମାନଙ୍କୁ ବାରମ୍ବାର କିଛି ଖାଇବାର ଅଭ୍ୟାସ ଥାଏ । ସେମାନଙ୍କୁ ସବୁବେଳେ ଭୋକ ଲାଗିଥାଏ । ତେବେ ନିଦ୍ରାର ଅଭାବ ହେତୁ ଏପରି ହୋଇପାରେ । ଯେତେବେଳେ ଜଣଙ୍କୁ ପର୍ଯ୍ୟାପ୍ତ ନିଦ ମିଳେ ନାହିଁ, କ୍ଷୁଧା ସଙ୍କେତ ଦେଉଥିବା ଗ୍ରେଲିନ୍ ହରମୋନ୍ (ghrelin hormone) ଯଥେଷ୍ଟ ବୃଦ୍ଧି ପାଇଥାଏ । ଏପରି ପରିସ୍ଥିତିରେ ଆପଣଙ୍କୁ ଅଧିକ ଭୋକ ଅନୁଭବ ହୁଏ ଏବଂ ବାରମ୍ବାର କିଛି ଖାଇବାକୁ ମନ ହୁଏ । ତେଣୁ ସାତ-ଆଠ ଘଣ୍ଟାର ନିଦ ଜରୁରୀ ।

-ଏପରି ମଧ୍ୟ ଦେଖାଯାଇଛି ଯଦି ଥାଇରଏଡ୍ ଥାଏ, ଆପଣଙ୍କୁ ଅଧିକ ଭୋକ ଲାଗେ । ଏହି ରୋଗରେ ପୀଡିତ ଲୋକମାନଙ୍କୁ ବାରମ୍ବାର ଖାଇବାକୁ ମନ ହୁଏ । ଥାଇରଏଡ୍ ହରମୋନ୍ ବୃଦ୍ଧି ହେଲେ ହାଇପରଥାଇରଏଡିଜିମ୍ ହୁଏ । ଏଥିରେ ରୋଗୀଙ୍କୁ ପେଟ ଖାଲି ପରି ଅନୁଭବ ହୁଏ, ଯେଉଁଥିପାଇଁ ସେମାନଙ୍କୁ ଖାଇବାକୁ ମନେ ହୁଏ ।

-ପ୍ରୋଟିନର ଅଭାବ ଥିଲେ କିଛି ଜଣଙ୍କୁ ଅତ୍ୟଧିକ ଭୋକ ଲାଗେ । ଯେତେବେଳେ ପ୍ରୋଟିନର ଅଭାବ ଥାଏ, ସେତେବେଳେ ପେଟ ଭରିବା ଭଳି ଅନୁଭବ କରାଉଥିବା ହରମୋନ୍ କମ୍ ଉତ୍ପନ୍ନ ହୁଏ । ଏପରି ପରିସ୍ଥିତିରେ ଆମେ ଅଧିକ ଭୋକିଲା ଅନୁଭବ କରୁ ।

-ମଧୁମେହ ଯୋଗୁଁ ମଧ୍ୟ ଅତ୍ୟଧିକ ଭୋକ ଲାଗି ପାରେ । ମଧୁମେହ ରୋଗରେ, ଗ୍ଲୁକୋଜ କୋଷରେ ପହଞ୍ଚିବାରେ ସକ୍ଷମ ହୁଏ ନାହିଁ ଯେଉଁଥିପାଇଁ ଶକ୍ତି ବଜାୟ ରଖିବା ପାଇଁ ବାରମ୍ବାର ଖାଇବା ପାଇଁ ମନ ହୁଏ । ହାଇ ସୁଗାର ଲେବଲ ଅତ୍ୟଧିକ ଭୋକର କାରଣ ମଧ୍ୟ ହୋଇପାରେ ।

-ଯେତେବେଳେ ଲୋକମାନେ କ୍ରୋଧିତ ହୁଅନ୍ତି କିମ୍ବା ବହୁତ ଚାପରେ ଥାଆନ୍ତି, ସେମାନେ ଭୋକିଲା ଅନୁଭବ କରନ୍ତି । ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହନ୍ତି ଯେ, ଯେତେବେଳେ ଆପଣ ବହୁତ ଚାପରେ ଥାଆନ୍ତି, କୋର୍ଟିସୋଲ୍ ହରମୋନ୍ ଶରୀରରେ ବହୁତ ଅଧିକ ଥାଏ । ଏହି ହରମୋନ ଭୋକ ଉପରେ ସିଧାସଳଖ ପ୍ରଭାବ ପକାଏ । ସେଥିପାଇଁ ଉଦାସୀନତା ଏବଂ ଚିନ୍ତାରେ ପୀଡିତ ଲୋକମାନେ ଅନ୍ୟମାନଙ୍କ ଅପେକ୍ଷା ଅଧିକ ଖାଆନ୍ତି ।

Comments are closed.