Latest Odisha News

ଉପକାରୀ କଳା ହଳଦୀ, ମହିଳାଙ୍କ ଋତୁସ୍ରାବ ସମସ୍ୟାରୁ ବି ଦିଏ ମୁକ୍ତି

ଭୁବନେଶ୍ଵର: ଭାରତୀୟ ଖାଦ୍ୟର ସ୍ୱାଦ ଏବଂ ରଙ୍ଗ ବଢାଉଥିବା ମସଲା ଭିତରେ ହଳଦୀ ଅନ୍ୟତମ। ଖାଦ୍ୟରେ ହଳଦୀର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ହଳଦୀର ବ୍ୟବହାର କେବଳ ରୋଷେଇ ନୁହେଁ ବରଂ ଔଷଧ ଭାବେ ଏହାର ବ୍ୟବହାର କରାଯାଏ । ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ହଳଦୀ ଇମ୍ୟୁନିଟିକୁ ବୁଷ୍ଟ କରିଥାଏ । ଆପଣ ହଳଦିଆ ରଙ୍ଗର ହଳଦୀ ବ୍ୟବହାର କରୁଥିବେ ନିଶ୍ଚିତ । କିନ୍ତୁ କେବେ ଆପଣ କଳା ହଳଦୀ ବିଷୟରେ ଶୁଣିଛନ୍ତି କି ? ଏହା ଦେଖିବାକୁ ଅଳ୍ପ ନୀଳ ରଙ୍ଗର ହୋଇଥାଏ । କିନ୍ତୁ ଏହାର ଫାଇଦା ବେଶ୍‌ ଅଧିକ ରହିଥାଏ ।

କଳା ହଳଦୀର ବୈଜ୍ଞାନିକ ନାମ Curcuma caesia । ଏହାକୁ ସାଧାରଣ ଭାବେ ପୂର୍ବ ଭାରତରେ ମଧ୍ୟପ୍ରଦେଶରେ ଚାଷ କରାଯାଏ। ମଣିପୁରର କିଛି ଜିଲ୍ଲାର ଜନଜାତିଙ୍କ ପାଇଁ ଏହି ଗଛର ବିଶେଷ ମହତ୍ତ୍ୱ ରହିଛି । ଏହାର ଚେରକୁ ବାଟି ଘା କିମ୍ବା ସାପ କି ବିଛା କାମୁଡିଲେ ଲଗାନ୍ତି । ବିଶେଷ କରି ଓଡ଼ିଶା, ପଶ୍ଚିମବଙ୍ଗ, ମଧ୍ୟପ୍ରେଦଶ, ଉତ୍ତରପୂର୍ବ ଅଞ୍ଚଳରେ ମିଳୁଥିବା ଏହି ଦୁର୍ଲଭ ହଳଦୀକୁ ବ୍ୟବହାର କରି କ୍ୟାନସର ଭଳି ରୋଗର ଉପଚାର କରାଯାଇଥାଏ । କଳା ହଳଦୀ କୋଲନ କର୍କଟ ହେବାର ଆଶଙ୍କା ହ୍ରାସ କରିଥାଏ ।

ଏହି ହଳଦୀରେ ଇଭୁପ୍ରୋଭିନ ଅଧିକ ମାତ୍ରାରେ ରହିଛି । ଏହାଦ୍ୱାରା ପୁରୁଣା ଅର୍ଥରାଇଟିସ ଯନ୍ତ୍ରଣାକୁ ଭଲ କରାଯାଇପାରେ । କେବଳ ସେତିକି ନୁହେଁ କୁଣ୍ଡେଇ ହେବା, ପେଟ ସମସ୍ୟା, ଅଲସର, କୋଲନ କ୍ୟାନସର, ଫୁସଫୁସ ଜନିତ ରୋଗକୁ ଦୂର କରିବାରେ ମଧ୍ୟ କଳା ହଳଦୀ ବେଶ୍ ସହାୟକ ହୋଇଥାଏ । ଏହି କଳାହଳଦୀକୁ ଅନେକ ଔଷଧ ତିଆରି କରିବାରେ ମଧ୍ୟ ବ୍ୟବହାର କରାଯାଏ । ଆସ୍ଥମା, କ୍ୟାନସର, ଜ୍ୱର, ବ୍ରଣ, ଆଲର୍ଜି, ମାଇଗ୍ରେସନ, ଲେପ୍ରୋସି ଭଳି ରୋଗର ଉପଚାର ପାଇଁ ତିଆରି କରାଯାଉଥିବା ମେଡିସିନରେ ଏହି ହଳଦୀର ବ୍ୟବହାର ହୁଏ । ଅଧିକାଂଶ ମହିଳା ପିରିୟଡ୍ସ ଜନିତ ଯନ୍ତ୍ରଣାରେ ଛଟପଟ ହୁଅନ୍ତି। ତେବେ ଏଥିରୁ ମୁକ୍ତି ଦେଇଥାଏ କଳା ହଳଦୀ। ଗରମ କ୍ଷୀରରେ କଳା ହଳଦୀ ପାଉଡର ପକାଇ ବ୍ୟବହାର କରିବା ଦ୍ୱାରା ଯନ୍ତ୍ରଣା ମଧ୍ୟ କମ୍‌ ହୋଇଥାଏ।

 

Comments are closed.