Latest Odisha News

BREAKING NEWS

UPSC ପରୀକ୍ଷାଫଳ: ବାଜି ମାରିଲେ ନବରଙ୍ଗପୁରର ଡାକ୍ତର

ଭୁବନେଶ୍ୱର: ୨୦୨୦ ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ବାଜି ମାରିଛନ୍ତି ଓଡ଼ିଆ ଡାକ୍ତର ରୀନା ପ୍ରଧାନ । ନବରଙ୍ଗପୁର ସାନମୋସିଗାମ୍ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସେ ଆସିଷ୍ଟାଣ୍ଟ ସର୍ଜନ ଭାବରେ କାର୍ୟ୍ୟରତ ଅଛନ୍ତି । ସର୍ବଭାରତୀୟ ସ୍ତରରେ ତାଙ୍କର ରାଙ୍କ ରହିଛି ୧୯୪ । ଝାରସୁଗୁଡ଼ାର ଝିଅ ରୀନା ପ୍ରଧାନ । ସରବାହାଳରେ ତାଙ୍କ ଘର ।

ପେଶାରେ ଜଣେ ଡାକ୍ତର ହୋଇଥିଲେ ବି ଲକ୍ଷ୍ୟ ଥିଲା ପ୍ରଶାସନିକ ସେବା ପରୀକ୍ଷା । ଏଥିପାଇଁ କଠିନ ପରିଶ୍ରମ କରିଛନ୍ତି ରୀନା ପ୍ରଧାନ । ଡାକ୍ତର ଭାବରେ ରୋଗୀ ସେବା ଭିତରେ ପାଠ ପଢ଼ି ୟୁପିଏସସି ପାଇଁ ପ୍ରସ୍ତୁତ ହେବା ସହଜ ନଥିଲା । ସେ ସାଙ୍ଗରେ ବହି ନେଇଯାଉଥିଲେ । ଇଣ୍ଟରନେଟ ଜରିଆରେ ବି ଚଳାଇଥିଲେ ପ୍ରସ୍ତୁତି ।

ସଫଳତାର ଶ୍ରେୟ ବାପା-ମାଆଙ୍କୁ ଦେଇଛନ୍ତି ରୀନା ପ୍ରଧାନ । ବିଶେଷ କରି ମାଆଙ୍କ ସହଯୋଗ ତାଙ୍କ ପ୍ରତି ଅଧିକ ଥିଲା । ସେହିପରି ଆଇଏଏସ୍ ଯାତ୍ରାରେ ତାଙ୍କ ଭାଇର ବି ହାତ ରହିଛି । ଓଡ଼ିଶା କ୍ୟାଡରରେ କାମ କରିବାକୁ ଉଚ୍ଛା ରଖିଛନ୍ତି ରୀନା ପ୍ରଧାନ । ସ୍ୱାସ୍ଥ୍ୟସେବା ଓ ଶିକ୍ଷା କ୍ଷେତ୍ରରେ କିଛି କରିବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି ।

Leave A Reply

Your email address will not be published.