Latest Odisha News

BREAKING NEWS

କୁଳାଙ୍ଗାର ଉବାଚ : ଇଶ୍ବର ଏକ ରାସ୍ତା କଡ଼କୁ ଦେଖ

ଏହା ଅତ୍ୟନ୍ତ ଗର୍ବର କଥା କି ଆମ ରାଷ୍ଟ୍ରରେ
ଧର୍ମଗତ ଭେଦଭାବ ନାଇଁ;
ସବୁ ଧର୍ମର ଲୋକ ତେଣୁ ସତତ ଚେଷ୍ଟିତ
ରାଷ୍ଟ୍ର ସମ୍ପତ୍ତିକୁ ନିଜର କରିବା ପାଇଁ!

ସବୁ ଧର୍ମକୁ ସବୁ ଇଶ୍ବରାନୁଗାମୀଙ୍କୁ
ସମାନ ଦେଖିବା ରାଷ୍ଟ୍ରବାଦ ;
ସମସ୍ତଙ୍କ ପାଇଁ ତୈଳଦର ଏକ୍
ଏକା ଲାଞ୍ଚ ଦେଇ ସଭିଏଁ ବରବାଦ !

ଧର୍ମ ଅଲଗା ଅଲଗା ହୋଇ ପାରେ
କିନ୍ତୁ ସବୁ ଇଶ୍ବର ଏକ୍ ;
ସମସ୍ତେ ନିଜର ବସବାସ ପାଇଁ
ସର୍ବସାଧାରଣ ଜାଗା ମାଡିଛନ୍ତି ଦେଖ୍ !

କାନ୍ଥବାଡରେ ଇଶ୍ବରଙ୍କୁ ଟଙ୍ଗାଯାଏ
ତାଙ୍କର ବାର୍ତ୍ତା ଲେଖାଯାଏ ;
କାନ୍ଥବାଡର ଅସ୍ଥିତ୍ବରେ ହିଁ ସେସବୁର
ଜୀବକାଳ ନିର୍ଦ୍ଧାରିତ ହୁଏ !

ଇଏ କହେ ମୋ ଇଶ୍ବର ବଡ
ସିଏ କହେ ନା ନା ମୋର ;
ଧର୍ମ ନିରପେକ୍ଷ ଇଶ୍ବର ମାରନ୍ତି ଛୁ
ଯେତେବେଳେ ଯୁଦ୍ଧହୁଏ ଜୋର !

ନିର୍ବାଚନ କାଳରେ ଇଶ୍ବରମାନେ
ଏକାନ୍ତରେ ଛୁଟି କାଟନ୍ତି;
ଏହାର ସୁଯୋଗ ନେଇ ମଣିଷମାନେ
ଇଶ୍ବରୀୟ କାର୍ଯ୍ୟରେ ମାତନ୍ତି!!

ସବୁ ଇଶ୍ବର ଏକ ପ୍ରକାର କିନ୍ତୁ
ତାଙ୍କୁ କେହି ଏକାଠି କରିପାରେ ନାହିଁ;
ମିଳିତ ଜାତିସଂଘ ପରି
ତାହା ଏକ ସାଂଘାତିକ ଗୁଲିଟିଏ ଭାଇ!

ଅତ୍ୟଧିକ ଧର୍ମ ନିରପେକ୍ଷ ରାଷ୍ଟ୍ର
ଅସଲରେ ତାହାକୁ କହନ୍ତି ;
ଯେଉଁଠି ବିଚାରପତିଏ କାର୍ଯ୍ୟାରମ୍ଭ
ପୂର୍ବରୁ ସଦଳବଳେ ଦେବାଳୟ ଯାଆନ୍ତି!

ଅତଏବ ନ୍ୟାୟ ହେଉ କି ଅନ୍ୟାୟ
ଇଶ୍ବର ସବୁଥିରେ ବଡ ;
ଜନ୍ମ ଦିଅନ୍ତି ସିଏ କର୍ମ ଦିଅନ୍ତି
ଦିଅନ୍ତି ବି ମୃତ୍ୟୁରୂପୀ ମାଡ !

ଧର୍ମ ପରିବର୍ତ୍ତନ ପାଇଁ ଅନବରତ
ଅନେକ ନାନା ଉପାୟରତ;
ସେମାନେ ବି ମରି ଯାଆନ୍ତି
କାମ ଦିଏନି ତାଙ୍କ ଇଶ୍ବରଙ୍କ ହାତ!

ଭକ୍ତ ଅନୁଗାମୀ ମଣିଷମାନେ
ମିରବା ପରେ ବି ଇଶ୍ବର ଥାଆନ୍ତି ;
ସଫଳତା କହେ ହେଇ ଦେଖ ଇଶ୍ବର
ବିଫଳତା କହେ ନା ସେ ନାହାଁନ୍ତି!

Leave A Reply

Your email address will not be published.