Latest Odisha News

BREAKING NEWS

ଆଶାକର୍ମୀଙ୍କୁ ଡାକ୍ତରଙ୍କ ମାଡ଼ ଅଭିଯୋଗ

ଭବାନୀପାଟଣା: ଆଶା କର୍ମୀଙ୍କୁ ଡାକ୍ତରଙ୍କ ମାଡ଼ । ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସ୍ତ୍ରୀ ଓ ପ୍ରସୂତି ବିଭାଗର ଡାକ୍ତର ହେମାଙ୍ଗିନୀ ମେହେର ଜଣେ ଆଶାକର୍ମୀଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି । ଥୂଆମୂଳ ରାମପୁର ବ୍ଲକ ବଣ୍ଡାବାଗର ଆଶାକର୍ମୀ ସଙ୍ଗୀତା ନାୟକ ଏହି ଅଭିଯୋଗ ଆଣିଛନ୍ତି ।

ଥୁଆମୂଳ ରାମପୁର ବ୍ଲକ ବଣ୍ଡାବାଗ ଅଞ୍ଚଳର ଜଣେ ପ୍ରସୁତି ମହିଳାଙ୍କୁ ଆଜି ଭବାନିପାଟଣା ମୁଖ୍ଯ ଚିକିତ୍ସାଳୟରେ ଭର୍ତି କରିଥିଲେ ଆଶାକର୍ମୀ । ତେବେ ସମସ୍ତ କଥା ପଚାରିବା ପରେ ପ୍ରସୁତି ମହିଳାଙ୍କ ପାଖରେ ଛିଡା ହୋଇଥିବାବେଳେ ଡାକ୍ତରାଣି ହେମାଙ୍ଗିନୀ ମେହେର କିଛି ବୁଝିବା ଆଗରୁ ଗାଲରେ ଡଟ୍ ପେନ୍ ଗେଞ୍ଜିବା ସହ ଚାପୁଡା ମାରିଥିବା ଆଶାକର୍ମୀ ସଙ୍ଗୀତା ଅଭିଯୋଗ ଆଣିଛନ୍ତି । ଏନେଇ ଆଶାକର୍ମୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଛନ୍ତି ।

ଏକ ମାମଲା ଦାୟର କରିବା ସହ ତୁରନ୍ତ ଆଶାକର୍ମୀଙ୍କୁ କ୍ଷମା ମଗିବାକୁ ଦାବି କରିଛନ୍ତି । ଯଦି କ୍ଷମା ନ ମାଗିବେ ତାହେଲେ ଆଗାମୀ ଦିନରେ ଆନ୍ଦୋଳନ କରିବା ପାଇଁ ଚେତାବନି ଦେଇଛନ୍ତି ।

Leave A Reply

Your email address will not be published.