Latest Odisha News

BREAKING NEWS

‘ପ୍ରଧାନମନ୍ତ୍ରୀ କିଷାନ ମାନ ଧନ ଯୋଜନା’ର ଶୁଭାରମ୍ଭ କଲେ ମୋଦି

ନୂଆଦିଲ୍ଲୀ: କୃଷକଙ୍କ ଜୀବନକୁ ସୁରକ୍ଷିତ କରିବା ଲାଗି ଏକ ବୃହତ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଝାଡ଼ଖଣ୍ଡର ରାଞ୍ଚି ଠାରେ ପ୍ରଧାନମନ୍ତ୍ରୀ କିଷାନ ମାନ ଧନ ଯୋଜନାର ଶୁଭାରମ୍ଭ କରିଛନ୍ତି ।

BjdElectrycity

ଏହି ଯୋଜନାରେ ୬୦ ବର୍ଷ ବୟସ ଅତିକ୍ରମ କରିଥିବା ଦେଶର ପ୍ରାୟ ୫ କୋଟି କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଇଁ ମାସିକ ସର୍ବନିମ୍ନ ୩ହଜାର ଟଙ୍କାର ପେନସନ ସୁନିଶ୍ଚିତ କରିବ ।

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ ବ୍ୟବସାୟୀ ଓ ଆତ୍ମନିଯୁକ୍ତଙ୍କ ପାଇଁ ଜାତୀୟ ପେନସନ ଯୋଜନାର ଶୁଭାରମ୍ଭ କରିଥିଲେ ।

ଏହି ଯୋଜନା ଜରିଆରେ ୬୦ ବର୍ଷ ଅତିକ୍ରମ କରିଥିବା ବ୍ୟବସାୟୀ ଓ ଆତ୍ମନିଯୁକ୍ତ ଲୋକମାନଙ୍କୁ ମାସିକ ସର୍ବନିମ୍ନ ୩ ହଜାର ଟଙ୍କାର ସୁନିଶ୍ଚିତ ପେନସନ ମିଳିପାରିବ । ପାଖାଖାପାଖି ୩ କୋଟି କ୍ଷୁଦ୍ର ବ୍ୟବସାୟୀ ଏହି ଯୋଜନା ଦ୍ୱାରା ଲାଭାନ୍ୱିତ ହେବେ।

ଏହି ଅବସରରେ ମୋଦୀ କହିଥିଲେ ଯେ ଆପଣମାନଙ୍କ ଆଶା ଆକାଂକ୍ଷା ପୂରଣ କରିପାରୁଥିବା ଏକ ଦୃଢ଼ ସରକାର ପାଇଁ ନିର୍ବାଚନ ସମୟରେ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ହୋଇଛି ।

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ନୂଆ ସରକାର ଗଠନ ହେବା ପରେ ପ୍ରତ୍ୟେକ କୃଷକ ପରିବାର ‘ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି’ ଦ୍ୱାରା ଲାଭାନ୍ୱିତ ହେବେ । ଆଜି, ସାଢ଼େ ୬ କୋଟି କୃଷକ ପରିବାରର ବ୍ୟାଙ୍କ ଆକାଉଂଟରେ ପାଖାପାଖି ୨୧ ହଜାର କୋଟି ଟଙ୍କାରୁ ଊଦ୍ଧ୍ୱର୍ ଜମା କରାଯାଇସାରିଛି । ଝାଡ଼ଖଣ୍ଡର ୮ ଲକ୍ଷ କୃଷକ ପରିବାରଙ୍କ ବ୍ୟାଙ୍କ ଆକାଉଂଟରେ ପ୍ରାୟ ୨୫୦ କୋଟି ଟଙ୍କା ଜମା କରାଯାଇଛି ।

”ଗତ ମାର୍ଚ୍ଚ ମାସ ପରଠାରୁ ଏପରି ଏକ ପେନସନ ଯୋଜନା ଦେଶର କୋଟି କୋଟି ଅସଂଗଠିତ କ୍ଷେତ୍ରର ଶ୍ରମିକଙ୍କ ପାଇଁ କାର୍ଯ୍ୟକାରୀ ହୋଇଛି ।

ସମସ୍ତଙ୍କୁ ସଶକ୍ତ କରିବା ଲାଗି ଏକ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ଆଜି ସାରା ଦେଶର ଆଦିବାସୀ ବହୁଳ ଇଲାକା ପାଇଁ ୪୬୨ ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ଉଦଘାଟନ କରିଥିଲେ । ଏସବୁ ଅଂଚଳରେ ଏହି ବିଦ୍ୟାଳୟଗୁଡ଼ିକ ଜନଜାତି ଛାତ୍ରଛାତ୍ରୀଙ୍କୁ ଉନ୍ନତ ମାନର ଉଚ୍ଚ ପ୍ରାଥମିକ, ମାଧ୍ୟମିକ ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ପ୍ରଦାନ କରିବେ ।

“ଏହି ଏକଲବ୍ୟ ବିଦ୍ୟାଳୟଗୁଡ଼ିକ ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ କେବଳ ଶିକ୍ଷାର ମାଧ୍ୟମ ପାଲଟିବେ ନାହିଁ, ବରଂ ସେମାନଙ୍କୁ କ୍ରୀଡ଼ା ଓ ଦକ୍ଷତା ତାଲିମ ସହିତ ସ୍ଥାନୀୟ କଳା ଓ ସଂସ୍କୃତିର ସୁରକ୍ଷା ଦିଗରେ ମଧ୍ୟ ସହାୟକ ହେବେ । ସରକାର ଏସବୁ ବିଦ୍ୟାଳୟରେ ପ୍ରତ୍ୟେକ ଜନଜାତି ପିଲାଙ୍କ ପାଇଁ ବର୍ଷକୁ ୧ କୋଟି ଟଙ୍କା ଖର୍ଚ୍ଚ କରିବେ ।”

ସାହିବଗଞ୍ଜ ଠାରେ ଏକ ବହୁମୁଖୀ ପରିବହନ ଟର୍ମିନାଲକୁ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିଥିଲେ ।“ଆଜି ମୁଁ ମଧ୍ୟ ସାହିବଗଞ୍ଜ ବହୁମୁଖୀ ଟର୍ମିନାଲ ଉଦଘାଟନ କରିବାର ସୌଭାଗ୍ୟ ପାଇଛି । ଏହା କେବଳ ଆଉ ଏକ ପ୍ରକଳ୍ପ ନୁହେଁ, ବରଂ ଏହା ସମଗ୍ର ଅଂଚଳ ପାଇଁ ପରିବହନର ନୂତନ ବିକଳ୍ପ ପ୍ରଦାନ କରିବ । ଏହି ଜଳମାର୍ଗ ଝାଡ଼ଖଣ୍ଡକୁ ସାରା ଦେଶ ଏବଂ ବିଦେଶ ସହ ଯୋଡ଼ିବ । ଏହି ଟର୍ମିନାଲ ଦ୍ୱାରା ଆମର ଜନଜାତି ଭାଇ ଓ ଭଉଣୀମାନେ, ଏଠାକାର କୃଷକମାନେ ସେମାନଙ୍କ ଉତ୍ପାଦ ସାରା ଦେଶର ବଜାରରେ ବିକ୍ରି କରିବାର ସୁବିଧା ପାଇପାରିବେ,” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଝାଡ଼ଖଣ୍ଡ ବିଧାନସଭାର ନୂଆ କୋଠାକୁ ମଧ୍ୟ ପ୍ରଧାନମନ୍ତ୍ରୀ ଉଦଘାଟନ କରିଥିଲେ । ଏହାବ୍ୟତିତ ସେ ମଧ୍ୟ ସଚିବାଳୟ ନୂଆ କୋଠା ପାଇଁ ଆଧାରଶୀଳା ରଖିଥିଲେ ।

Leave A Reply

Your email address will not be published.