Latest Odisha News

BREAKING NEWS

ଶେଷରେ ହ୍ୱାଇଟ ହାଉସ ଛାଡ଼ିବାକୁ ସଙ୍କେତ ଦେଲେ ଡୋନାଲ୍ଡ ଟ୍ରମ୍ପ

ଓ୍ୱାଶିଂଟନ୍: ଶେଷରେ ମାନିଲେ ଡୋନାଲ୍ଡ ଟ୍ରମ୍ପ । ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଶାସନ କ୍ଷମତା ହସ୍ତାନ୍ତର କରିବାକୁ ପ୍ରସ୍ତୁତ ହୋଇଛନ୍ତି । ସେ ମାନିଛନ୍ତି ଯେ, ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ କ୍ଷମତା ହସ୍ତାନ୍ତର କରିବାର ପ୍ରକ୍ରିୟା ଔପଚାରିକ ଭାବରେ ଆରମ୍ଭ ହେବା ଉଚିତ୍ ।

ଟ୍ରମ୍ପ ଏକ ଟୁଇଟ୍‌ରେ କହିଛନ୍ତି ଯେ, କ୍ଷମତାର ହସ୍ତାନ୍ତରଣର ତଦାରଖ କରୁଥିବା ଫେଡେରାଲ୍ ଏଜେନ୍ସୀ ଜେନେରାଲ୍ ସର୍ଭିସ ଆଡମିନିଷ୍ଟ୍ରେସନ୍ ବା ଜିଏସ୍‌ଏ ଆବଶ୍ୟକ କାମ କରିବା ଉଚିତ୍ । ବାଇଡେନଙ୍କୁ କ୍ଷମତା ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ କରିପାରିବେ ।

ମିସିଗନ୍ ରାଜ୍ୟରେ ଜୋ ବାଇଡେନଙ୍କ ବିଜୟ ସ୍ପଷ୍ଟ ହେବା ପରେ ଡୋନାଲ୍ଡ ଟ୍ରମ୍ପ କ୍ଷମତା ହସ୍ତାନ୍ତର କଥା କହିଛନ୍ତି । କିନ୍ତୁ କହିଛନ୍ତି, ସେ ତାଙ୍କ ସଂଗ୍ରାମ ଜାରି ରଖିବେ । ଅନ୍ୟପଟେ ଜିଏସଏ ଜୋ ବାଇଡେନଙ୍କୁ ବିଜେତା ଭାବରେ ଗ୍ରହଣ କରିଛି ।

କ୍ଷମତା ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭକୁ ସ୍ୱାଗତ କରିଛନ୍ତି ବାଇଡେନଙ୍କ ସମର୍ଥକ । ଜାନୁଆରୀ ୨୦ ତାରିଖରେ ଆମେରିକାର ରାଷ୍ଟ୍ରପତି ଭାବରେ ଶପଥ ନେବାକୁ ପ୍ରସ୍ତୁତ ହେଉଛନ୍ତି ଜୋ ବାଇଡେନ୍ । ଡିସେମ୍ବର ୧୪ ତାରିଖରେ ଆମେରିକୀୟ ଇଲେକ୍ଟୋରାଲ କଲେଜ ଜୋ ବାଇଡେନଙ୍କ ବିଜୟକୁ ନିଶ୍ଚିତ କରିଥିଲା । କିନ୍ତୁ ପରକାଜୟକୁ ସ୍ୱୀକାର କରୁ ନଥିଲେ ଡୋନାଲ୍ଡ ଟ୍ରମ୍ପ ।

Leave A Reply

Your email address will not be published.