ଭୁବନେଶ୍ୱର: ଫେବୃଆରୀ ୧୩ ତାରିଖରୁ ବିଧାନସଭାରେ ଆରମ୍ଭ ହେବ ବଜେଟ୍ ଅଧିବେଶନ । ଫେବୃଆରୀ ୧୭ରେ ଉପସ୍ଥାପନ ହେବ ବଜେଟ୍ । ଏପ୍ରିଲ ୫ ତାରିଖ ଯାଏଁ ୨ଟି ପର୍ଯ୍ୟାୟରେ ଚାଲିବ । ରାଜ୍ୟପାଳ ହରିବାବୁ କମ୍ଭମପତିଙ୍କ ଅଭିଭାଷଣରୁ ଆରମ୍ଭ ହେବ ଅଧିବେଶନ ।
ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାନସଭାରେ ଉପସ୍ଥାପନ କରିବେ ରାଜ୍ୟ ବଜେଟ୍ । ଅଧିବେଶନର ପ୍ରଥମ ପର୍ଯ୍ୟାୟ ଫେବୃଆରୀ ୧୩ରୁ ୨୧ ଓ ଦ୍ଵିତୀୟ ପର୍ଯ୍ୟାୟ ମାର୍ଚ୍ଚ ୭ରୁ ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ଚାଲିବ । ଫେବୃଆରୀ ୨୨ରୁ ମାର୍ଚ୍ଚ ୬ ପର୍ଯ୍ୟନ୍ତ ବନ୍ଦ ରହିବ ଅଧିବେଶନ ।
ଏହି ଅଧିବେଶନରେ ମୋଟ ୨୮ଟି କାର୍ଯ୍ୟ ଦିବସ ରହିଛି । ନୂଆ ବଜେଟରେ ଲୋକଙ୍କ ପାଇଁ କେଉଁ କେଉଁ ଯୋଜନା ଆରମ୍ଭ ହେବ, କେଉଁ ବିଭାଗ ପାଇଁ କେତେ ଅର୍ଥ ବ୍ୟୟ ବରାଦ କରାଯିବ ତାହା ଉପରେ ଏବେ ରହିଛି ସମସ୍ତଙ୍କ ନଜର ।
Comments are closed.