ଅହମ୍ମଦାବାଦ: ଟ୍ରମ୍ପଙ୍କ ମୁହଁରେ ଭାରତ ଓ ମୋଦୀଙ୍କ ଭୁରି ଭୁରି ପ୍ରଶଂସା । ମୋଦୀ ତାଙ୍କର ଜଣେ ଭଲ ବନ୍ଧୁ । ଭାରତ ଆସିବା ତାଙ୍କ ପାଇଁ ଏକ ଗର୍ବର କଥା । ଅହମ୍ମଦାବାର ମୋଟେରା ଷ୍ଟାଡିୟମରେ ଆୟୋଜିତ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମରେ ଯୋଗ ଦେଇ ଏଭଳି କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।
ଖାଲି ଏତିକି ନୁହେଁ ଟ୍ରମ୍ପ ଆହୁରି କହିଛନ୍ତି ଯେ, ନରେନ୍ଦ୍ର ମୋଦୀ ହେଉଛନ୍ତି ଜଣେ ଚାମ୍ପିଅନ । ଯିଏକି ଭାରତକୁ ବିକାଶ ଦିଗରେ ଆଗେଇ ନେଉଛନ୍ତି । ମୋଦୀ ହେଉଛନ୍ତି ମହାନ, ତାଙ୍କର ନୀତି ଓ ଆଦର୍ଶ ବି ମହାନ । ସେଥିପାଇଁ ତାଙ୍କୁ ଲୋକେ ଭଳ ପାଉଛନ୍ତି । ଆଉ ଶାସନ ଗାଦିରେ ବସାଇଛନ୍ତି ।
ଆମେରିକା ହେଉଛି ଭାରତର ବନ୍ଧୁ । ଆମେରିକା ଭାରତର ସମ୍ମାନ କରେ । ଟ୍ରମ୍ପ ନିଜ ଅଭିଭାଷଣରେ କହିଛନ୍ତି ଯେ, ୫ ମାସ ତଳେ ଆମରିକା ପ୍ରଧାନମନ୍ତ୍ରୀ ମୋଦୀଙ୍କର ସ୍ୱାଗତ କରିଥିଲା ଆଉ ଆଜି ଭାରତ ଆମର ସ୍ୱାଗତ କରିଛି । ଏଥିପାଇଁ ଆମେ ବେଶ୍ ଖୁସି । ଆଜି ଆମେ ବିଶ୍ୱର ସବୁଠୁ ବଡ କ୍ରିକେଟ ଷ୍ଟାଡିୟମରେ ଅଛୁ । ପ୍ରଧାନମନ୍ତ୍ରୀ ଆମର ଭବ୍ୟ ସ୍ୱାଗତ କରିଛନ୍ତି । ଆଜିଠୁ ଭାରତ ଆମ ପାଇଁ ସବୁଠାରୁ ଖାସ୍ ବନ୍ଧୁ ବୋଲି କହିଛନ୍ତି ଟ୍ରମ୍ପ ।
ସେ ଆହୁରି କହିଛନ୍ତି ଯେ, ପ୍ରଧନମନ୍ତ୍ରୀ ନିଜ ଜୀବନରେ ବହୁତ ପାରିଶ୍ରମ କରିଛନ୍ତି । ନିଜ ଜୀବନର ଆରମ୍ଭ ଜଣେ ଚା’ ବାଲାରୁ କରିଛନ୍ତି । ସେ ନିଜ ବାପାଙ୍କ ଚା’ ଦୋକନରେ କାମ କରିଥିଲେ । ମୋଦିଙ୍କୁ ଆଜି ପ୍ରତିଟି ବ୍ୟକ୍ତି ଭଲ ପାଉଛନ୍ତି । ସେ ଭାରତର ସବୁଠୁ ପ୍ରମୁଖ ନେତା ବୋଲି ନିଜ ଅଭିଭାଷଣରେ କହିଛନ୍ତି ଟ୍ରମ୍ପ ।
ଦୁଇ ଦିନିଆ ଭାରତ ଗସ୍ତରେ ଆସଥିବା ଆମେରିକା ରାଷ୍ଟ୍ରପତି ଆଜି ସକାଳେ ଗୁଜୁରାଟର ଅହମ୍ମଦାବାଦରେ ପହଂଚିଛନ୍ତି । ଆଉ ବିମାନ ବନ୍ଦରରେ ପହଂଚିବା ପରେ ଖୋଦ୍ ଦେଶର ପ୍ରଧାନମନ୍ତ୍ରୀ ତାଙ୍କୁ ଆଲିଙ୍ଗନ କରି ସ୍ୱାଗତ ଜଣାଇଥିଲେ । ଏହି ଅବସରରେ ଟ୍ରମ୍ପଙ୍କ ସହ ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପ ଏବଂ ଝିଅ ଇଭାଙ୍କା ଟ୍ରମ୍ପ ମଧ୍ୟ ଭାରତ ଗସ୍ତରେ ଆସିଛନ୍ତି । ଡୋନାଲ୍ଡ ଟ୍ରମ୍ପ ଅହମ୍ମଦାବାଦର ସାବରମତି ଆଶ୍ରମ ବୁଲିବା ସହ ଏଠାରେ ଥିବା ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଉପରେ ପୁଷ୍ପମାଳ ଅର୍ପଣ କରିଥିଲେ । ଏବଂ ଏହାପରେ ମୋଟେରା ଷ୍ଟାଡିୟମରେ ଆୟୋଜିତ ନମସ୍ତେ ଟ୍ରମ୍ପ କାର୍ୟ୍ୟକ୍ରମରେ ସାମିଲ ହୋଇଥିଲେ ।
BREAKING NEWS
- ଦିଲ୍ଲୀରେ ଆନ୍ଦୋଳନରତ ଛାତ୍ରଛାତ୍ରୀମାନଙ୍କ ଉପରେ ପୋଲିସର ଦମନଲୀଳା ପ୍ରତିବାଦରେ ଓଜେସିର ବିକ୍ଷୋଭ
- ବିଜେଡି ଜିଲ୍ଲା ସଭାପତିମାନଙ୍କୁ ଭେଟିଲେ ନବୀନ; ଯୋଗ୍ୟ ଭୋଟରଙ୍କ ନାମ ନ କଟେ ସେଥିପ୍ରତି ସଜାଗ ରହିବାକୁ ପରାମର୍ଶ
- ଫୁଲିଲା ହୀରାକୁଦ ଜଳଭଣ୍ଡାର;୧୨ ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ
- ରାହୁଲ ଗାନ୍ଧୀଙ୍କୁ ନଡ୍ଡାଙ୍କ ନିଶାନା: ପେପର ଲିକ୍କୁ ନେଇ ରାଜନୀତି ଠିକ୍ ନୁହେଁ, ଛାତ୍ରଛାତ୍ରୀଙ୍କ ଦାବିକୁ ନେଇ ରାଜନୈତିକ ଫାଇଦା ଚାହୁଁଛି କଂଗ୍ରେସ
- ସ୍କୁଟି ଉପରେ ମାଡିଗଲା କାର:୨ ଯୁବକ ମୃତ, ଜଣେ ଗୁରୁତର
- ଭିନ୍ନକ୍ଷମଙ୍କୁ ପରିଚୟ ପତ୍ର ମିଳିବାରେ ବିଳମ୍ବ: ସବୁ ଜିଲ୍ଲାରେ ନିୟମିତ ମେଡିକାଲ ବୋର୍ଡ ପାଇଁ ନିର୍ଦ୍ଦେଶ
- ଏହି ପୂର୍ବତନ କ୍ରିକେଟର କହିଲେ ଟେଷ୍ଟରୁ କୋହଲିଙ୍କ ଅବସର ଚୟନ କମିଟିଙ୍କ ଭୁଲ
- ରେଭେନ୍ସାକୁ ଉଚ୍ଚଶିକ୍ଷା ବିଭାଗର କଡ଼ା ତାଗିଦ, ୭ ଦିନ ମଧ୍ୟରେ ସରକାରୀ ପ୍ରାପ୍ୟ ଆଦାୟ ତଥ୍ୟ ଦେବାକୁ ନିର୍ଦ୍ଦେଶ
- ଓଡ଼ିଶାରେ ପୁଣି କରୋନା ଚିନ୍ତା: ଏମକେସିଜି ମେଡିକାଲରେ ଜଣେ ଆକ୍ରାନ୍ତ ଚିହ୍ନଟ
- ବଢୁଛି ସର୍ପାଘାତ: ୩ ବର୍ଷରେ ୯୮୭ ଜଣଙ୍କର ମୃତ୍ୟୁ, କ’ଣ କହୁଛି ସରକାରଙ୍କ ରିପୋର୍ଟ?
Comments are closed.