Latest Odisha News

BREAKING NEWS

ହ୍ବାଇଟ ହାଉସ ଛାଡିବା ପୂର୍ବରୁ ପୁଅକୁ କ୍ଷମା ଦେଲେ ବାଇଡେନ

ୱାଶିଂଟନ୍: ହ୍ବାଇଟ ହାଉସ ଛାଡିବା ପୂର୍ବରୁ ରାଷ୍ଟ୍ରପତି ଜୋ ବାଇଡେନ ତାଙ୍କ ପୁଅ ହଣ୍ଟର୍ ବାଇଡେନଙ୍କୁ ଆଇନଗତ ଭାବେ କ୍ଷମା ପ୍ରଦାନ କରିଛନ୍ତି।

ନିକଟରେ ତାଙ୍କୁ ବନ୍ଧୁକ ଅପରାଧ ଏବଂ ଟିକସ ସମ୍ବନ୍ଧୀୟ ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ଏନେଇ ରାଷ୍ଟ୍ରପତି ଏକ ବିବୃତ୍ତିରେ କହିଛନ୍ତି ଯେ ଆଜି ମୁଁ ମୋ ପୁଅ ହଣ୍ଟରଙ୍କୁ କ୍ଷମା ପ୍ରଦାନ କରିଛି। ବିନା ସର୍ତ୍ତରେ ପୁଅର ସବୁ ଅପରାଧକୁ କ୍ଷମା କରାଯାଇଛି। ଏହି କ୍ଷମା ପ୍ରଦାନକୁ ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ଯ ବାତିଲ କରିପାରିବେ ନାହିଁ।

ପୁଅ ଅଣ୍ଟରକୁ ଭାଙ୍ଗିବା ପାଇଁ ଚେଷ୍ଟା କରି ସେମାନେ ମୋତେ ଭାଙ୍ଗିବାକୁ ଚେଷ୍ଟା କରିଥିଲେ। ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଥିଲା ଏବଂ ଜାଣିଶୁଣି ଟାର୍ଗେଟ କରାଯାଇଥିବା ବାଇଡେନ୍‌ ଅଭିଯୋଗ ଆଣିଛନ୍ତି। ତେବେ କାହିଁକି ଜଣେ ବାପା ଏବଂ ରାଷ୍ଟ୍ରପତି ଏହି ନିଷ୍ପତ୍ତି ନେଇଛନ୍ତି ତାହା ଆମେରିକୀୟ ମାନେ ବୁଝିପାରିବେ ବୋଲି ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଆମେରିକାର ରାଷ୍ଟ୍ରପତି ଭାବେ ଜୋ ବାଇଡେନଙ୍କ କାର୍ଯ୍ୟକାଳ ୨୦୨୫ ମସିହା ଜାନୁୟାରୀ ୨୦ରେ ଶେଷ ହେବାକୁ ଯାଉଛି। ଯାହା ପରେ ନୂତନ ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ ଆମେରିକାର ଶାସନ ଭାର ଗ୍ରହଣ କରିବେ।

Comments are closed.