Latest Odisha News

BREAKING NEWS

୪୦ ବର୍ଷ ପରେ କାହିଁକି ବଦଳିଲା ଶପଥ ଗ୍ରହଣ ସମାରୋହ ସ୍ଥାନ…

ୱାଶିଂଟନ: ପ୍ରବଳ ଥଣ୍ଡା ଯୋଗୁଁ ବଦଳିଲା ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ ସମାରୋହର ସ୍ଥାନ। ଆମେରିକା କ୍ୟାପିଟଲ ବାହାରେ ଖୋଲା ସ୍ଥାନ ପରିବର୍ତ୍ତେ ଆମେରିକା କ୍ୟାପିଟଲ ଭିତରେ ଥିବା କ୍ୟାପିଟଲ ରୋଟୁଣ୍ଡା (ହଲ)ରେ ଅନୁଷ୍ଠିତ ହେବ ଏହି କାର୍ଯ୍ୟକ୍ରମ।

ତେବେ ଟ୍ରମ୍ପ ସୋମବାର ଦିନ ରାଷ୍ଟ୍ରପତି ଭାବରେ ତାଙ୍କର ଦ୍ୱିତୀୟ଼ କାର୍ଯ୍ୟକାଳ ପାଇଁ ଶପଥ ଗ୍ରହଣ କରିବେ।

ଟ୍ରମ୍ପ ଶୁକ୍ରବାର ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ୍ ରେ ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଏହି ଅଞ୍ଚଳରେ ତାପମାତ୍ରା ସର୍ବନିମ୍ନ ସ୍ତରରେ ପହଞ୍ଚିପାରେ। ପ୍ରବଳ ଥଣ୍ଡା ଯୋଗୁଁ ମୁଁ ଶପଥ ଗ୍ରହଣ ଉତ୍ସବକୁ ଯୁକ୍ତରାଷ୍ଟ୍ର କ୍ୟାପିଟଲ ରୋଟୁଣ୍ଡାରେ ଆୟୋଜନ କରିବାକୁ ନିର୍ଦ୍ଦେଶ ଦେଇଛି।

ଅପରପକ୍ଷରେ ୧୯୮୫ ପରଠାରୁ ପ୍ରଥମ ଥର ପାଇଁ ଆମେରିକାର ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ସମାରୋହ ଇଣ୍ଡୋରରେ ଅନୁଷ୍ଠିତ ହେବ। ଶେଷ ଥର ପାଇଁ ପୂର୍ବତନ ରିପବ୍ଲିକାନ୍ ରାଷ୍ଟ୍ରପତି ରୋନାଲ୍ଡ ରେଗାନଙ୍କ ଦ୍ୱିତୀୟ କାର୍ଯ୍ୟକାଳ ସମୟରେ ଇଣ୍ଡୋରରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଥିଲା।

ସୂଚନା ଅନୁଯାୟୀ, ପାଣିପାଗ ବିଭାଗ ପକ୍ଷରୁ ଜାରି ଥଣ୍ଡା ସତର୍କତା ଯୋଗୁ ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବର ସ୍ଥାନ ପରିବର୍ତ୍ତନ ହୋଇଛି। ସୋମବାର ୱାଶିଂଟନରେ ତାପମାତ୍ରା -୧୦ ଡିଗ୍ରୀ ସେଲସିୟସରେ ପହଞ୍ଚିବା ନେଇ ବିଭାଗ ପକ୍ଷରୁ ଆକଳନ କରାଯାଉଛି।

Comments are closed.