Latest Odisha News

BREAKING NEWS

ଜୋର ଜବରଦସ୍ତ ଟ୍ରାଫିକ୍ ଧରପଗଡ଼ ବନ୍ଦ କରିବାକୁ ସୁରେଶ ରାଉତରାୟଙ୍କ ଚେତାବନୀ !

ଭୁବନେଶ୍ୱର: ମାର୍ଚ୍ଚ ୧ ତାରିଖ ଅର୍ଥାତ ରବିବାରଠାରୁ ଆରମ୍ଭ ହୋଇଛି ନୂଆ ଟ୍ରାଫିକ୍ ନିୟମ ଖିଲାଫକାରୀଙ୍କ ବିରୋଧରେ ଧରପଗଡ଼ । ଏହି ଧରପଗଡ଼କୁ ବିରୋଧ କରି ଜଟଣୀ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି ।

ଜବରଦସ୍ତି ପରି ଏକ ପରିସ୍ଥିତି ସୃଷ୍ଟି ହୋଇଛି ।

ସେ ଆହୁରିମଧ୍ୟ କହିଛନ୍ତି ଯେ, ଯେଉଁମାନେ ପ୍ରକୃତରେ ଟ୍ରାଫିକ ନିୟମ ଭାଙ୍ଗୁଛନ୍ତି ପୋଲିସ ସେମାନଙ୍କୁ ଧରୁ । ଯେଉଁ ବାଇକରେ ୩ଜଣ ଆରୋହୀ ଯାଉଛନ୍ତି କି ହେଲମେଟ ପିନ୍ଧିନଥିବା ବାଇକ ଚାଳକଙ୍କୁ ପୋଲିସ ଧରୁ ମାତ୍ର ଅଯଥା ପୋଲିସ ସମସ୍ତଙ୍କୁ ହଇରାଣ ହରକତ ନକରୁ ।

ଟ୍ରାଫିକ ନିୟମ ଖିଲାପକାରୀଙ୍କୁ ଧରିବା ନାମରେ ପୋଲିସ ଜନସାଧାରଣଙ୍କ ଉପରେ ଅତ୍ୟାଚାର କରୁଛି ବୋଲି ଅଭିଯୋଗ କରିଛନ୍ତି ଶ୍ରୀ ରାଉତରାୟ । ସୋମବାର ଦିନ ଏକ ପ୍ରେସମିଟରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ସେ କହିଛନ୍ତି ଯେ, ଏବେ ରାଜ୍ୟରେ ମ୍ୟାଟ୍ରିକ୍ ପରୀକ୍ଷା ଚାଲିଛି ତ କେଉଁଠି କିଏ ଜରୁରୀ ଅବସ୍ଥାରେ ପଡ଼ି ହସ୍ପିଟାଲକୁ ଯାଉଛି ଏହି ପରିସ୍ଥିତିରେ ପୋଲିସ ପକ୍ଷରୁ ଗାଡ଼ି ଅଟକାଇ ଯେଉଁ ଜୋରିମାନା ଆଦାୟ କରାଯାଉଛି ଏହା ଖରାପ ଆଚରଣ ପରି ।

ସରକାର ଏହାକୁ ତୁରନ୍ତ ବନ୍ଦ କରନ୍ତୁ ନଚେତ୍ କଂଗ୍ରେସ ପକ୍ଷରୁ ଆନ୍ଦୋଳନ କରାଯିବି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗାଡ଼ି ଅଟକାଇ ଜୋରିମାନା ଆଦାୟ ନାମରେ ମହିଳାମାନଙ୍କ ପ୍ରତି ଏହା ଏକ ଖରାପ ଆଚରଣ ସଦୃଶ ।

Leave A Reply

Your email address will not be published.