ନୂଆଦିଲ୍ଲୀ: କ୍ୟୁରେଟିଭ ପିଟିସନ ଖାରଜ ହେବା ପରେ ରାଜକ୍ଷମା ପାଇଁ ରାଷ୍ଟ୍ରପତିଙ୍କ ନିକଟରେ ଆବେଦନ କରିଛି ନିର୍ଭୟା ଦୋଷୀ ପବନ ଗୁପ୍ତା । ଫାଶୀ ତାରିଖ ଘୁଂଚାଇବା ପାଇଁ ସେ ଏଭଳି ଯୋଜନା କରିଛି । ପବନର ଓକିଲ ଏପି ସିଂହ ରାଷ୍ଟ୍ରପତିଙ୍କ ତାର ରାଜକ୍ଷମା ଆବେଦନ କରିଛନ୍ତି । ସେପଟେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ନୂଆ ଟ୍ୱିଷ୍ଟ ଆସିଛି । ଆସନ୍ତାକାଲି ଏହି ଘଟଣାରେ ୪ ଦୋଷୀଙ୍କୁ ଫାଶୀ ଖୁଂଟରେ ଝୁଲାଇବା ପାଇଁ ଧାର୍ଯ୍ୟ ହୋଇଥିବା ତାରିଖରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ମନା କରି ଦେଇଛନ୍ତି ଦିଲ୍ଲୀ ପଟିଆଲ ହାଉସ କୋର୍ଟ । ଫାଶୀ ତାରିଖ ଘୁଂଚାଇବା ପାଇଁ ଦୋଷୀମାନେ ଆବେଦନ କରିଥିଲେ । ତେବେ ଏହାକୁ କୋର୍ଟ ଆଗ୍ରାହ୍ୟ କରିଛନ୍ତି ।
ସୂଚନା ଯୋଗ୍ୟ ଯେ, ମାର୍ଚ୍ଚ ୩ ଅର୍ଥାତ ଆସନ୍ତାକାଲି ସକାଳ ୬ଟାରେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀଙ୍କୁ ଫାଶୀ ଖୁଂଟରେ ଝୁଲାଇବା ପାଇଁ ଡେଥ୍ ୱାରେଂଟ ଜାରି ହୋଇଛି ।
BREAKING NEWS
- ବିଜେପିରେ ସାମିଲ ହେଲେ ଭର୍ତ୍ତୃହରି, ସିଦ୍ଧାନ୍ତ ଓ ଦମୟନ୍ତୀ
- ‘ଏପ୍ରିଲ ପ୍ରଥମ ସପ୍ତାହରେ ଘୋଷଣା ହେବ କଂଗ୍ରେସ ଟିକେଟ୍’
- ଏପ୍ରିଲରେ ୧୪ ଦିନ ବନ୍ଦ ରହିବ ବ୍ୟାଙ୍କ, ଜାଣନ୍ତୁ କେଉଁ କେଉଁ ଦିନ ରହିବ ଛୁଟି
- ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖିଲେ ୬୦୦ରୁ ଅଧିକ ଓକିଲ, ନ୍ୟାୟପାଳିକାର ସାର୍ବଭୌମତ୍ୱକୁ ନେଇ କଲେ ଚିନ୍ତାପ୍ରକଟ
- ପଳାତକ ନିରବ ମୋଦିଙ୍କୁ ବଡ ଝଟକା, ବିକ୍ରି ହେବ ହେବ ଲଣ୍ଡନରେ ଥିବା ବିଳାସପୂର୍ଣ୍ଣ ବଙ୍ଗଳା
- ଶାନ୍ତି ସୈନିକଙ୍କ ବିରୋଧରେ ହୋଇଥିବା ଅପରାଧର ରେକର୍ଡ ରଖିବା ପାଇଁ ଡାଟାବେସ୍ ଲଞ୍ଚକଲା ଭାରତ
- ଅରବିନ୍ଦ କେଜ୍ରିୱାଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ମାମଲା, ଆବେଦନକୁ ଖାରଜ କଲେ କୋର୍ଟ
- କେମିକାଲ ମିଶା ରଙ୍ଗ ଖେଳି ୨୦ ଯୁବକ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି
- ହନିମୁନରେ ପତ୍ନୀଙ୍କୁ ‘ସେକେଣ୍ଡ ହ୍ୟାଣ୍ଡ’ କହିବା ପଡିଲା ମହଙ୍ଗା, ୩ କୋଟିର ତଣ୍ଡ ଗଣିବେ ସ୍ଵାମୀ
- ଖୁବ୍ ଶୀଘ୍ର ଆସିପାରେ ବିଜେପି ବିଧାନସଭା ପ୍ରାର୍ଥୀ ତାଲିକା, ପୁଣି ଦିଲ୍ଲୀ ଗଲେ ମନମୋହନ