Latest Odisha News

BREAKING NEWS

ଭୁଲରେ ବି ତମ୍ବା ପାତ୍ରରେ ରଖନ୍ତୁ ନାହିଁ ଏହିସବୁ ଖାଦ୍ୟ, ହୋଇଯିବ ବିଷାକ୍ତ !

ଭୁବନେଶ୍ୱର: ତମ୍ବା ପାତ୍ର କିମ୍ବା ବୋତଲରେ ପାଣି ରଖି ପିଇବା ଦ୍ୱାରା ଶରୀରକୁ ଲାଭ ହୋଇଥାଏ । କିନ୍ତୁ ଏପରି କିଛି ଖାଦ୍ୟ ରହିଛି ଯାହା ତମ୍ବା ପାତ୍ରରେ ରଖି ଖାଇବା ଦ୍ୱାରା ଶରୀର ପାଇଁ ହାନିକାରକ ହୋଇଥାଏ । ତେବେ ଆସନ୍ତୁ ଜାଣିବା କେଉଁ କେଉଁ ଖାଦ୍ୟକୁ ତମ୍ବା ପଦାର୍ଥରେ ରଖି ଖାଇବା ଉଚିତ ନୁହେଁ ।

ଆଚାର : ତମ୍ବା ପାତ୍ରରେ ଆଚାର ରଖିଲେ ତାହା ତମ୍ବା ସହ ରହି ବିଷାକ୍ତ ହୋଇଯାଇଥାଏ । ଫଳରେ ପରେ ସେହି ଆଚାର ଖାଇବା ଦ୍ୱାରା ପେଟରେ ପୋଡ଼ାଜଳା, ଏସିଡିଟି ଭଳି ବିଭିନ୍ନ ସମସ୍ୟା ଦେଖାଦେଇଥାଏ । ଏହା ଛଡ଼ା ତମ୍ବା ପାତ୍ରରେ ଆଚାର ରଖିଲେ ତାହା ଖୁବଶୀଘ୍ର ଖରାପ ହୋଇଯାଇଥାଏ ।

ଦହି: ଦହିରେ ଲାକ୍ଟୋବାସିଲସ ରହିଥାଏ । ଯାହା ପେଟ ପାଇଁ ଉପକାରୀ । କିନ୍ତୁ ଯଦି ଦହିକୁ ତମ୍ବା ପାତ୍ରରେ ରଖାଯାଏ ତେବେ ତାର ପରିଣାମ ଓଲଟା ପଡ଼ିଥାଏ । କ୍ଷୀର କିମ୍ବା କ୍ଷୀର ଜାତୀୟ ପଦାର୍ଥକୁ ତମ୍ବା ପାତ୍ରରେ ରଖିଲେ ତାହା ବିଷାକ୍ତ ହୋଇଯାଏ । ସେଥିରୁ ପୋଷକ ତତ୍ୱ ନଷ୍ଟ ହୋଇଯାଇଥାଏ । ଫଳରେ ଏହି ଦହି ଖାଇବା ଦ୍ୱାରା ପେଟ ବ୍ୟଥା, ବାନ୍ତି, ଡାଇରିଆ ଭଳି ରୋଗ ହୋଇଥାଏ ।

ଲେମ୍ବୁ ରସ: ତମ୍ବା ପାତ୍ରରେ ପାଣି ପିଇବା ଶରୀର ପାଇଁ ଲାଭଦାୟକ ହୋଇଥାଏ । କିନ୍ତୁ ସେଥିରେ ଲେମ୍ବୁ ସରବତ ରଖିବା ଦ୍ୱାରା ତାହା ବିଷାକ୍ତ ହୋଇଯାଇଥାଏ । ଲେମ୍ବୁରେ ଥିବା ସାଇଟ୍ରିକ ଏସିଡ଼ ତମ୍ବା ସହ ମିଶି ଶରୀରକୁ କ୍ଷତି କରିଥାଏ ।

Leave A Reply

Your email address will not be published.