Latest Odisha News

BREAKING NEWS

ଇନ୍ଦରଜିତଙ୍କ ମାରାତ୍ମକ ଅଭିଯୋଗ, ଜେଜେବାପା ଜ୍ଞାନୀ ଜୈଲ ସିଂଙ୍କ ମୃତ୍ୟୁ ପଛରେ ରଚାଯାଇଥିଲା ଷଡଯନ୍ତ୍ର!

ନୂଆଦିଲ୍ଲୀ: ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିରେ ଯୋଗ ଦେଇଛନ୍ତି ପୂର୍ବତନ ରାଷ୍ଟ୍ରପତି ଜ୍ଞାନୀ ଜୈଲୀ ସିଂଙ୍କ ନାତି ଇନ୍ଦରଜିତ ସିଂ । ସେ ବିଜେପିରେ ଯୋଗ ଦେବାର କିଛି ସମୟ ପରେ ତାଙ୍କ ଜେଜେବାପାଙ୍କ ମୃତ୍ୟୁ ଏକ ଷଡଯନ୍ତ୍ର ଥିଲା ବୋଲି ପରୋକ୍ଷରେ ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା କିମ୍ବା ତାକୁ ଜାଣିଶୁଣି କରାଯାଇଥିଲା ତାହା ଆଜି ପର୍ଯ୍ୟନ୍ତ ଆମେ ଜାଣିପାରିଲୁ ନାହିଁ ।

୧୯୯୪ରେ ଜ୍ଞାନୀ ଜୈଲୀ ସିଂ ଶ୍ରୀକେଶବଗଡ ସାହିବ ଅଭିମୁଖେ ଯାଉଥିବା ବେଳେ ତାଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ତାଙ୍କୁ ଡାକ୍ତରଖାନା ନିଆ ଯାଇଥିଲେ ମଧ୍ୟ ସେଠାରେ ତାଙ୍କ ମୃତ୍ୟୁ ଘଟିଥିଲା । ସେ ସମୟରେ ଅପରେଶନ ବ୍ଲୁ ଷ୍ଟାର, ଡାକ ବିଲ ନେଇ କଂଗ୍ରେସର ବରିଷ୍ଠ ନେତାଙ୍କ ସହ ତାଙ୍କ ଭଲ ପଡୁ ନ ଥିଲା । ଏହା ତାଙ୍କ ମୃତ୍ୟୁର ଏକ କାରଣ ହୋଇପାରେ ବୋଲି ଅମିରନ୍ଦର କହିଛନ୍ତି ।

Leave A Reply

Your email address will not be published.