Latest Odisha News

BREAKING NEWS

ମରୁଭୂମି ମଝିରେ ୧୨ କୋଟି ଟଙ୍କା ମୂଲ୍ୟର କଳ୍ପନା ଘର

ଭୁବନେଶ୍ୱର: ଆମ ମଧ୍ୟରେ ଏମିତି ଅନେକ ଲୋକ ଥିବେ, ଯିଏ ସହରର ଗହଳୀପୂର୍ଣ୍ଣ ଜୀବନରୁ ବାହାରି ଏକାନ୍ତ ତଥା ଶାନ୍ତ ଓ ସରଳ ଜୀବନ ବିତାଇବାକୁ କଳ୍ପନା କରିଥିବେ । ତେବେ କରୋନା ମହାମାରୀ ସମୟରେ ଲୋକଙ୍କ ଏଭଳି ଚିନ୍ତାଧାରାରୁ ସତ ପ୍ରମାଣିତ କରିବା ଲାଗି ଏକ ଆମେରିକୀୟ କମ୍ପାନୀ ନେଇଛି ଚକିତର ନିଷ୍ପତ୍ତି ।

ସଂପୃକ୍ତ ଆମେରିକୀୟ ବିଲ୍ଡର କମ୍ପାନୀ କେୟୁଡି ପ୍ରପ୍‌ଟିଜ୍ ମରୁଭୂମି ମଝିରେ ନିର୍ମାଣ କରିଛି ଏକ ସୁନ୍ଦର ଘର । ଯେଉଁଥିରେ ସମସ୍ତ ପ୍ରକାର ସୁବିଧା ସୁଯୋଗ ମହଜୁଦ୍ ରହିଛି । ଏହି ଘରର ନାମ ଏଲ୍‌-ସିମେଣ୍ଟୋ-ୟୁନୋ ଥିବାବେଳେ କାଲିଫର୍ଣ୍ଣିଆର ମୋଜାଭେ ମରୁଭୂମିରେ ଘରଟିକୁ ନିର୍ମାଣ କରାଯାଇଛି । ଭାରତୀୟ ମୂଲ୍ୟରେ ଏହି ଘରର ଦାମ ୧୨.୯ କୋଟି ଟଙ୍କାରୁ ଅଧିକ ରହିଛି ।

ଏହି ଘରକୁ ବିକ୍ରୟ କରିବା ଲାଗି କେୟୁଡି ପ୍ରପର୍ଟିଜ୍ ଇନଷ୍ଟାଗ୍ରାମରେ ବିଜ୍ଞାପନ ମଧ୍ୟ ଛାଡିଛି । ଏହି ଘରଟିକୁ ଦେଖିଲେ ଏହାର ଦାମ୍ ବୋଧ ହୁଏ ଆପଣଙ୍କୁ ସାମାନ୍ୟ ଅଧିକା ଲାଗିପାରେ । ତେବେ ଏଠି ରହିଲେ ଆପଣ ନିଶ୍ଚିତ ଭାବେ ନିଆରା ଅଭିଜ୍ଞତା ହାସଲ କରିବେ ବୋଲି କମ୍ପାନୀ ପକ୍ଷରୁ ଦାବି କରାଯାଇଛି ।

Leave A Reply

Your email address will not be published.