Latest Odisha News

ଲକଡାଉନ ନିୟମ ପାଳନ କରିବା ପାଇଁ ଅନୁରୋଧ କଲେ ଲତା ମଙ୍ଗେସକର

ମୁମ୍ବାଇ: କରୋନା ଭାଇରସକୁ ରୋକିବା ନେଇ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହା ଯେପରି ଦ୍ରୁତ ଗତିରେ ନ ବ୍ୟାପିବ ସେଥିପାଇଁ ସରକାର ଲକଡାଉନ ଘୋଷଣା କରିଛନ୍ତି । ତେବେ ଏହାକୁ ଅନେକ ଖାମଖିଆଲରେ ନେଉଛନ୍ତି । ଏଥିନେଇ ମହାନ ଗାୟିକା ଲତା ମଙ୍ଗେସକର ମଙ୍ଗଳବାର ଭାରତୀୟ ଜନସାଧାରଣଙ୍କୁ ଦାୟିତ୍ୱ ପାଳନ କରିବା ପାଇଁ ଅନୁରୋଧ କରିଛନ୍ତି ।

ଏହା ପୂର୍ବରୁ ବଲିଉଡ ଅଭିନେତା ଅକ୍ଷୟ କୁମାର ମଧ୍ୟ ଭିଡିଓ ଜାରି କରି ନିୟମ ପାଳନ କରିବା ପାଇଁ ଅନୁରୋଧ କରିଥିଲେ । ପ୍ରଧାନମନ୍ତ୍ରୀ ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ବାରମ୍ବାର ଅନୁରୋଧ କରୁଥିଲେ ମଧ୍ୟ ଆପଣମାନେ କାହିଁକି ଏହାକୁ ପାଳନ କରୁ ନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ନିଜର, ପରିବାରର ଏବଂ ସର୍ବୋପରି ଦେଶକୁ ବଂଚାଇବା ପାଇଁ ଆପଣମାନେ ସବୁ ନିୟମକୁ କଡା କଡି ଭାବେ ପାଳନ କରିବା ପାଇଁ ଲତା କହିଛନ୍ତି ।

Leave A Reply

Your email address will not be published.