Latest Odisha News

BREAKING NEWS

OUHCର ପ୍ରଥମ କୁଳପତି ନିଯୁକ୍ତ ହେଲେ ଡା. ଦତ୍ତେଶ୍ବର ହୋତା, ନିଯୁକ୍ତିକୁ ରାଜ୍ୟପାଳଙ୍କ ମଞ୍ଜୁରୀ

ଭୁବନେଶ୍ୱର : ଓଡ଼ିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟ ଶୁକ୍ରବାର ପାଇଛି ତାର ପ୍ରଥମ କୁଳପତି । ଡା. ଦତ୍ତେଶ୍ବର ହୋତାଙ୍କ ନିଯୁକ୍ତିକୁ ମଞ୍ଜୁରୀ ଦେଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍। ଆଗାମୀ ଏକ ବର୍ଷ ପାଇଁ ତାଙ୍କୁ ଏହି ପଦରେ ନିଯୁକ୍ତ କରାଯାଇଛି। ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବେଶ ଅଭିଜ୍ଞତା ରଖିଥିବା ଡାକ୍ତର ଦତ୍ତେଶ୍ବର ହୋତା କଟକ ଏସସିବି ମେଡିକାଲ କଲେଜର ଡିନ୍‌ ଭାବେ ସଫଳତାର ସହ କାର୍ଯ୍ୟ ତୁଲାଇ ସାରିଛନ୍ତି।

ଉଲ୍ଲେଖଯୋଗ୍ୟ, ରାଜ୍ୟରେ ଗଢ଼ି ଉଠୁଥିବା ବହୁ ସଂଖ୍ୟକ ଚିକିତ୍ସା ଶିକ୍ଷାନୁଷ୍ଠାନଗୁଡ଼ିକ ଓ ରାଜ୍ୟର ଚିକିତ୍ସା ଶିକ୍ଷା, ରୋଗୀଙ୍କ ଯତ୍ନ ଓ ଗବେଷଣାକୁ ଅଧିକ ଗୁଣାତ୍ମକ ଓ ସୁଂସଗଠିତ କରିବା ଉଦ୍ଦେଶ୍ୟ ନେଇ ଏକ ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ଗଠନ କରିବାକୁ ଓଡ଼ିଶା ସରକାର ନିଷ୍ପତ୍ତି ନେଇଥିଲେ। ଏହାପରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୭ ତମ ଜନ୍ମବାର୍ଷିକୀ ଅବସରରେରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱ ବିଦ୍ୟାଳୟର ସ୍ଥାପନା ଘୋଷଣା କରିଥିଲେ ।

୨୦୨୩ – ୨୪ ଶିକ୍ଷାବର୍ଷ ଠାରୁ ରାଜ୍ୟର ସମସ୍ତ ଚିକିତ୍ସା ଓ ଆନୁସଙ୍ଗିକ ବିଜ୍ଞାନ ମହାବିଦ୍ୟାଳୟ ସମେତ ଅନୁଷ୍ଠାନଗୁଡ଼ିକ ଏଣିକି ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ସହିତ ସହବଦ୍ଧ ହୋଇରହିବେ। ଶିକ୍ଷାବର୍ଷ ୨୦୨୩ – ୨୪ ରୁ ଆଧୁନିକ ଚିକିତ୍ସା, ଦନ୍ତ ରୋଗ ଚିକିତ୍ସା ବିଜ୍ଞାନ, ଆର୍ୟୁବେଦିକ, ହୋମିଓପାଥି, ନର୍ସିଂ, ଫାର୍ମାସୀ, ଫିଜିଓଥେରାପି ଓ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଜ୍ଞାନ ପାଠ୍ୟକ୍ରମ ସଂପ୍ରତି ଏହି ବିଶ୍ୱବିଦ୍ୟାଳୟର ବିଷୟ ପରିସରଭୁକ୍ତ ହେବ ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.