Latest Odisha News

BREAKING NEWS

ସମ୍ଭାବୀ ପୁରସ୍କାର ପାଇବେ ଡ. ଏମଡି ଇମ୍ରାନ ଅଲ୍ଲୀ

ଭୁବନେଶ୍ୱର: ବଂଶୀଧର ଆଣ୍ଡ ଇଲା ପଣ୍ଡା ଫାଉଣ୍ଡେସନ୍ ପକ୍ଷରୁ ୨୦୨୩ ବର୍ଷ ଲାଗି ସମ୍ଭାବୀ ପୁରସ୍କାର ଘୋଷଣା ହୋଇଛି । ଚଳିତ ବର୍ଷ ସମାଜସେବୀ ତଥା ଗୁଟଖା ମୁକ୍ତ ଅଭିଯାନ ଚଳାଇଥିବା ଡ. ଏମଡି ଇମ୍ରାନ ଅଲ୍ଲୀଙ୍କୁ ସମ୍ଭାବୀ ପୁରସ୍କାର ମିଳିବ ।

ଇମ୍ରାନ ଅଲ୍ଲୀ ଦୀର୍ଘ ଦିନ ଧରି ଗୁଟଖା ମୁକ୍ତ ଅଭିଯାନ ଚଳାଇଛନ୍ତି । ଛୁଆ ଓ ପରିବେଶ ଉପରେ ଗୁଟଖାର ପ୍ରଭାବ କିଭଳି ପଡ଼ୁଛି । ଏହା କିପରି ପରିବାରକୁ ସର୍ବଶ୍ୱାନ୍ତ କରି ଦେଉଛି ସେ ନେଇ ସଚେତନତା ସୃଷ୍ଟି କରୁଛନ୍ତି ।

ସେହିଭଳି ସମ୍ବଲପୁରର ପରିଚୟ ଜୁରି କମେଣ୍ଡେସନ ସାର୍ଟିଫେକେସନ୍ ୨୦୨୩ ଲାଗି ମନୋନୀତ ହୋଇଛି । ସମାଜରେ ଅବହେଳିତ ମାନସିକ ରୂପେ ଅକ୍ଷମ ଲୋକଙ୍କୁ ପରିଚୟ ଅନୁଷ୍ଠାନ ସାହାଯ୍ୟ କରେ ।

ଇମ୍ଫା ଗ୍ରୁପର ବଂଶୀଧର ଆଣ୍ଡ ଇଲା ପଣ୍ଡା ଫାଉଣ୍ଡେସନ୍ ୨୦୧୪ରୁ ସମ୍ଭାବୀ ପୁରସ୍କାର ପ୍ରଦାନ କରୁଛି । ଯେଉଁଥିରେ ସମାଜକୁ ଉଲ୍ଲେଖନୀୟ ଅବଦାନ ପାଇଁ ବ୍ୟକ୍ତି ବିଶେଷଙ୍କୁ ଅଢ଼େଇ ଲକ୍ଷ ଟଙ୍କା ଦିଆ ଯାଉଥିବା ବେଳେ ଜୁରି କମେଣ୍ଡେସନ ସାର୍ଟିଫେକେସନ୍ ସଂସ୍ଥାକୁ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ଦିଆଯାଉଛି ।

Leave A Reply

Your email address will not be published.