Latest Odisha News

BREAKING NEWS

ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ବିଜେପି ଘୃଣ୍ୟ ରାଜନୀତି କରିବାକୁ ବିଫଳ ପ୍ରୟାସ କରୁଛି: ବିଜେଡି

ଭୁବନେଶ୍ୱର: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ହତ୍ୟାକାଣ୍ଡ ଏକ ଅତ୍ୟନ୍ତ ସ୍ପର୍ଶକାତର ଘଟଣା । କ୍ରାଇମବ୍ରାଞ୍ଚ ତଦନ୍ତରୁ ଧିରେ ଧିରେ ସତ ପଦାକୁ ଆସୁଥିବା ବେଳେ ବିଜେପି ଏହାକୁ ନେଇ ହୀନ ରାଜନୀତି କରିବାକୁ ବିଫଳ ପ୍ରୟାସ କରୁଛି ବୋଲି ବିଜୁ ଜନତା ଦଳ ପକ୍ଷରୁ କୁହାଯାଇଛି ।

ବିଜେଡି ମୁଖପାତ୍ର ଗୌତମବୁଦ୍ଧ ଦାସ ଏକ ପ୍ରେସ ବିବୃତିରେ କହିଛନ୍ତି, ଏହି ହତ୍ୟାକାଣ୍ଡରୁ ରାଜନୈତିକ ଫାଇଦା ଉଠାଇବା ପାଇଁ ବିଜେପିର କିଛି ନେତା ପ୍ରତିଦିନ ଲୋକଙ୍କୁ ନୂଆ ନୂଆ ଉଦ୍ଭଟ କାହାଣୀ ଶୁଣାଉଛନ୍ତି । କୌତୂହଳର ବିଷୟ ହେଲା, ସେମାନଙ୍କର ଗୋଟିଏ କାହାଣୀ ସହ ଅନ୍ୟ କାହାଣୀର ତାଳମେଳ ରହୁନାହିଁ ।

ଏଭଳି ଏକ ସମ୍ବେଦନଶୀଳ ମାମଲାରେ ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ ବିଜେପି ନେତାମାନେ ଯେଭଳି ନିମ୍ନ ସ୍ତରର ରାଜନୀତି କରୁଛନ୍ତି, ତାହା ଦେଖି ଓଡ଼ିଶାବାସୀ ସେମାନଙ୍କୁ ଘୃଣା କରିବା ଆରମ୍ଭ କଲେଣି । ଏମିତି ହାସ୍ୟାସ୍ପଦ ବୟାନବାଜି କରୁଥିବା ବିଜେପି ନେତାମାନେ ଆଗାମୀ ଦିନରେ ସତ ପଦାକୁ ଆସିବା ପରେ ଲୋକଙ୍କୁ ମୁହଁ ଦେଖାଇ ପାରିବେ ତ ବୋଲି ଶ୍ରୀ ଦାସ ପ୍ରଶ୍ନ କରିଛନ୍ତି ।

Leave A Reply

Your email address will not be published.