Latest Odisha News

BREAKING NEWS

ମୋଦୀଙ୍କ ନେପାଳ ଗସ୍ତ ଉପରେ ଡ୍ରାଗନର ନଜର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଦ୍ଧ ପୂର୍ଣ୍ଣିମା ଅବସରରେ ନେପାଳ ଗସ୍ତ କରିବେ। ମୋଦୀଙ୍କର ମେ ୧୬ର ଏହି ଗସ୍ତ ଉପରେ ଚୀନର ନଜର ରହିଛି । ମୋଦୀଙ୍କ ନେପାଳ ଗସ୍ତକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିବେଚନା କରୁଛି ଚୀନ୍ ।

ବିିଭିନ୍ନ ମିଡିଆ ରିପୋର୍ଟ ଅନୁଯାୟୀ, ନେପାଳ ସରକାର ନିଜ ଦେଶର ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ଚାଇନାର କମ୍ପାନୀ ବଦଳରେ ଭାରତୀୟ କମ୍ପାନୀ ସହ ଚୁକ୍ତି କରିବାକୁ ଚିନ୍ତା କରୁଛନ୍ତି। ଏହି ପରିପ୍ରେକ୍ଷୀରେ ନେପାଳ ପ୍ରଧାନମନ୍ତ୍ରୀ ଏବଂ ମୋଦୀଙ୍କ ମଧ୍ୟରେ ଆଲୋଚନା ମଧ୍ୟ ହେବ।

ନେପାଳ ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଉବା ମଧ୍ୟ କହିଛନ୍ତି ଯେ ସେଟି ଜଳ ବିଦ୍ୟୁତ୍ ପ୍ରକଳ୍ପ ପାଇଁ ଭାରତ ସହ ଆଲୋଚନା ଚାଲିଛି। ନେପାଳ ଏହି ପ୍ରକଳ୍ପ ସମ୍ବନ୍ଧରେ ୨୦୧୨ ଏବଂ ୨୦୧୭ ରେ ଚାଇନାର କମ୍ପାନୀଗୁଡିକ ସହିତ ଚୁକ୍ତିନାମା ସ୍ୱାକ୍ଷର କରିଛି। ଏଭଳି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେପାଳ ଗସ୍ତ  ଉପରେ ଚୀନ୍ କଡା ନଜର ରଖିଛି।

ବୈଦେଶିକ ସଚିବ ବିନୟ ମୋହନ କ୍ୱାତ୍ରା ମଧ୍ୟ ଏହି ଗସ୍ତକୁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ଏବଂ ନେପାଳର ପ୍ରଧାନମନ୍ତ୍ରୀ ଗତ ମାସରେ ଭାରତ ଗସ୍ତରେ ଆସିଥିଲେ। ଏହି ଦ୍ୱିପାକ୍ଷିକ ଆଲୋଚନା ସମୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ବର୍ତ୍ତମାନ ଏହି ବାର୍ତ୍ତାଳାପକୁ ଆଗକୁ ନେଇ ପୁରୁଣା ସମ୍ପର୍କକୁ ମଜବୁତ କରିବାର ସମୟ ଆସିଛି । ନେପାଳର ଭାରତ ଏକ ପୁରୁଣା ସହଯୋଗୀ ଏବଂ ଉଭୟ ସାଂସ୍କୃତିକ ଭାବରେ ସମ୍ପର୍କ ଜଡିତ।

ନେପାଳର ପୂର୍ବ କମ୍ୟୁନିଷ୍ଟ ସରକାରଙ୍କ କାର୍ଯ୍ୟକାଳ ମଧ୍ୟରେ ଲିପୁଲେଖ ଏବଂ କାଲାପାନି ସୀମା ବିବାଦ ଉଠିଥିଲା, ଏହା ଚୀନ୍‌ର ନିର୍ଦ୍ଦେଶରେ ହୋଇଥିଲା ବୋଲି ସ୍ପଷ୍ଟ ହୋଇଛି। ସେତେବେଳେ ଚୀନ୍‌ର ନିବେଶକୁ ନେପାଳ ସରକାର ଅଧିକ ପ୍ରାଧାନ୍ୟ ଦିଆଯାଇଥିଲା ଏବଂ ଭାରତ ବିରୋଧୀ ପରିବେଶ ସୃଷ୍ଟି କରିବାକୁ ଉଦ୍ୟମ ହୋଇଥିଲା। କିନ୍ତୁ ସରକାର ବଦଳିବା ପରେ ଏବେ ପରିସ୍ଥିତି ବଦଳି ଯାଇଛି।

ଉଲ୍ଲେଖଯୋଗ୍ୟ, ନେପାଳରେ ବିଦ୍ୟୁତ୍ ପ୍ରକଳ୍ପ, କମ୍ୟୁନିକେସନ, ଡିଜିଟାଲ ସମେତ ଭାରତ ଅନେକ କ୍ଷେତ୍ରରେ ପୁଞ୍ଜି ବିନିଯୋଗ କରିସାରିଛି। ଏହି ଗସ୍ତ ସମୟରେ ଏହାର ସମୀକ୍ଷା କରାଯିବ ଯାହା ଦ୍ୱାରା ପ୍ରକଳ୍ପଗୁଡିକ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ ହେବ ଏବଂ ଭାରତ ଆଉ କଣ କରିପାରିବ, ଉଭୟ ପ୍ରଧାନମନ୍ତ୍ରୀ ଏହି ଦିଗରେ ଆଲୋଚନା କରିବେ।

Leave A Reply

Your email address will not be published.