Latest Odisha News

ବିପ୍ଲବ ଦେବ ତ୍ରିପୁରା ମୁଖ୍ୟମନ୍ତ୍ରୀ ଆସନରୁ ଇସ୍ତଫା ଦେବା ପଛର ୪ ପ୍ରମୁଖ କାରଣ ?

ଅଗରତାଲା: ରାଜନୀତିରେ କିଏ କେତେବେଳେ କେଉଁ ଆସନରେ ବସିବେ ତାହା ଆକଳନ କରି ହେବନି । ଏହା କେବଳ ସିଏ କହିପାରିବ ଯିଏ ରାଜନୀତିର ଗୋଟି ଚଳାଉଥିବ । ତ୍ରିପୁରା ରାଜନୀତିରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି । ବିଧାନସଭା ନିର୍ବାଚନର ପ୍ରାୟ ୮ ମାସ ପୂର୍ବରୁ ତ୍ରିପୁରାରେ ଏକ ବଡ ମୋଡ଼ ଦେଖିବାକୁ ମିଳିଛି। ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବ ହଠାତ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ସ୍ଥାନରେ ରାଜ୍ୟ ବିଜେପିର ସଭାପତି ଡକ୍ଟର ମାଣିକ ଶାହା ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ଏବେ ପ୍ରଶ୍ନ ଉଠୁଛି ଯେ ବିଧାନସଭା ନିର୍ବାଚନରେ ସିପିଆଇକୁ କ୍ଷମତାରୁ ହଟାଇ ​​ବିଜେପିର ବାନା ଆଗକୁ ନେବାରେ ନେତୃତ୍ୱ ନେଇଥିବା ବିପ୍ଲବ ଦେବକୁ କାହିଁକି ବିଜେପି ମୁଖ୍ୟମନ୍ତ୍ରୀ ପଦବୀରୁ ହଟାଇବାକୁ ନିଷ୍ପତ୍ତି ନେଲା?

ବିପ୍ଳବ ଦେବ ଇସ୍ତଫା ଦେବା ପଛର ଅନେକ କାରଣ ସାମ୍ନାକୁ ଆସିଛି। ତ୍ରିପୁରା ବିଜେପିରେ ବିପ୍ଲବ କୁମାର ଦେବଙ୍କ ଉପରେ ଅସନ୍ତୋଷ ବୃଦ୍ଧି ପାଇଥିଲା। ବିପ୍ଲବ ସରକାର ବିରୋଧର ସମ୍ମୁଖୀନ ହୋଇଥିଲେ। ତାଙ୍କ ବିରୋଧରେ ଅନେକ ବିଧାୟକ ଦିଲ୍ଲୀ ଆସି ଅଭିଯୋଗ କରୁଥିଲେ।

ଦ୍ୱିତୀୟ କାରଣ ହେଉଛି ତ୍ରିପୁରାରେ ବିଧାନସଭା ନିର୍ବାଚନ ୨୦୨୩ ଆରମ୍ଭରେ ହେବାକୁ ଯାଉଛି। ଅନ୍ୟପଟେ ପଶ୍ଚିମଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତ୍ରିପୁରା ମୁହାଁ ହୋଇଛନ୍ତି। ବର୍ତ୍ତମାନ ତ୍ରିପୁରା ଟିଏମସି ଅଧିକ ଶକ୍ତିଶାଳୀ ହେଉଛି। ଏଭଳି ପରିସ୍ଥିତିରେ ବିଜେପିକୁ ମଜବୁତ କରିବାକୁ ବିପ୍ଲବଙ୍କୁ ଇସ୍ତଫା ଦେବାକୁ କୁହାଯାଇଛି ବୋଲି ଚର୍ଚ୍ଚା ହେଉଛି।

ତୃତୀୟ ଗୁରୁତ୍ୱପୂର୍ଣ୍ଣ କାରଣ ହେଉଛି ବିପ୍ଲବ କୁମାର ଦେବଙ୍କ ସହ ମତାନ୍ତର ହେବା ଯୋଗୁଁ ୨ ବିଧାୟକ ସୁଦୀପ ରାୟ ଏବଂ ଆଶିଷ ଶାହ କିଛି ମାସ ପୂର୍ବରୁ ଦଳ ଛାଡି କଂଗ୍ରେସରେ ଯୋଗ ଦେଇଥିଲେ। ବିଧାନସଭା ନିର୍ବାଚନ ହେବାକୁ ପ୍ରାୟ ୮ ମାସ ବାକି ଅଛି। ଏଭଳି ପରିସ୍ଥିତିରେ ବିଜେପି କୌଣସି ବିପଦକୁ ନେବାକୁ ଚାହୁଁନଥିଲା, ସେଥିପାଇଁ ବିପ୍ଲବଙ୍କୁ ଚେୟାର ଛାଡିବାକୁ ବିଜେପି କହିଥିବା ସୂଚନା ରହିଛି।

ଚତୁର୍ଥ କାରଣ ହେଉଛି ତ୍ରିପୁରାରୁ ଏକ ବାର୍ତ୍ତା ଯାଉଥିଲା ଏବଂ ଏହା ହେଉଛି ଯେ ବିପ୍ଲବ ସରକାର ଏବଂ ସଂଗଠନ ମଧ୍ୟରେ ସମନ୍ୱୟ ରକ୍ଷା କରିବାରେ ସକ୍ଷମ ନୁହଁନ୍ତି। କିନ୍ତୁ ବିଜେପିରେ ସଂଗଠନର ଗୁରୁତ୍ୱ ରହିଥାଏ। ଏହା ସହିତ ରାଜ୍ୟରେ ବିଜେପିର ସହଯୋଗୀ ଦଳ ଆଇପିଏଫଟି ମଧ୍ୟ ବିପ୍ଲବଙ୍କ ଉପରେ ଖୁସି ନଥିଲେ।

ଉଲ୍ଲେଖଯୋଗ୍ୟ, ଗତକାଲି ଦିଲ୍ଲୀରେ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ  ବିପ୍ଳବ କୁମାର । ଏହି ଭେଟଘାଟର ୨୪ ଘଣ୍ଟା ଭିତରେ ବିପ୍ଳବ ଇସ୍ତଫା ଦେଇଛନ୍ତିି । ବିପ୍ଳବ କହିଛନ୍ତି, ଦଳର ନିଷ୍ପତ୍ତି ସର୍ବମାନ୍ୟ । ଦଳ ଯେଉଁ ଦାୟିତ୍ୱ ଦେବ ସେ ତାକୁ କରିବାକୁ ପ୍ରସ୍ତୁତ।

Leave A Reply

Your email address will not be published.