Latest Odisha News

BREAKING NEWS

‘ଆକାଶ ଏନଜି’ର ସଫଳ ପରୀକ୍ଷଣ, ଲକ୍ଷ୍ୟଭେଦ କ୍ଷମତା ୪୫ରୁ ୫୦ କିଲମିଟର

ବାଲେଶ୍ଵର: ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ‘ଆକାଶ ଏନଜି’ ର ସଫଳ ପରୀକ୍ଷଣ । ଆଇଟିଆର୍ ପକ୍ଷରୁ ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରେ ଦିନ ୧୦ଟା ୩୦ ମିନିଟରେ ଏହି ପରୀକ୍ଷଣ କରାଯାଇଛି । ‘ଆକାଶ ଏନଜି’ର ଲକ୍ଷ୍ୟଭେଦ କ୍ଷମତା ୪୫ରୁ ୫୦ କିଲମିଟର ।

ସଫଳତାର ସହିତ ଟାର୍ଗେଟ ହିଟ୍ କରିଥିବା ନେଇ ସୂଚନା ଦେଇଛି ଡିଆରଡିଓ। ଏହାପରେ ବୈଜ୍ଞାନିକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। କମ ଉଚ୍ଚତାରେ ଏକ ଦ୍ରୁତ ଗତିଶୀଳ ମାନବବିହୀନ ବିମାନକୁ ଲକ୍ଷ୍ୟ କରି ଏହି ପରୀକ୍ଷଣ କରାଯାଇଥିଲା । ଆକାଶ ମିସାଇଲ ପ୍ରଣାଳୀର ସଫଳ ବିକାଶ ଦ୍ବାରା ଦେଶର ବାୟୁ ପ୍ରତିରକ୍ଷା କ୍ଷମତା ଆହୁରି ବୃଦ୍ଧି ହେବା ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ । ଏହା ଭୂପୃଷ୍ଠରୁ ଆକାଶକୁ ଲକ୍ଷ୍ୟଭେଦ କରିପାରୁଥିବା ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ର । ଏହି ନ୍ୟୁ ଜେନେରେସନ୍‌ ଆକାଶ ମିସାଇଲର ଲକ୍ଷ୍ୟଭେଦ କ୍ଷମତା ୭୦ କିଲୋମିଟର ରହିଛି ।

ସୂଚନାଯୋଗ୍ୟ ଯେ, ଗତ ୨୦୨୧ ମସିହାରେ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ୩ନଂ ଲଞ୍ଚପ୍ୟାଡ଼ରୁ ନ୍ୟୁ ଜେନେରେସନ୍‌ ଆକାଶ ମିସାଇଲକୁ ଉତ୍‌କ୍ଷେପଣ କରାଯାଇଥିଲା । ଏଥିରେ ଆଣବିକ ଯୁଦ୍ଧାସ୍ତ୍ରକୁ ବ୍ୟବହାର କରାଯାଇ ପାରିବ । ପରୀକ୍ଷାରେ ଟାର୍ଗେଟ୍‌ ଭାବେ ଇଲେକ୍ଟ୍ରୋନିକ୍‌ ଟାର୍ଗେଟ୍‌କୁ ବ୍ୟବହାର କରାଯାଇଛି ।

 

Leave A Reply

Your email address will not be published.