Latest Odisha News

BREAKING NEWS

ସ୍ବଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର VL-SRSAMର ସଫଳ ପରୀକ୍ଷଣ

ଚାନ୍ଦିପୁର : ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ର ୩ ନମ୍ବର ଲଞ୍ଚପ୍ୟାଡ୍‌ରୁ ସ୍ବଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର VL-SRSAMର ସଫଳ ପରୀକ୍ଷଣ ହୋଇଛି । ଦୁଇଟି ପର୍ଯ୍ୟାୟରେ ହୋଇଥିବା ଏହି କ୍ଷେପଣାସ୍ତ୍ରର ପ୍ରଥମ ପରୀକ୍ଷଣ ମଧ୍ୟାହ୍ନ ଗୋଟାଏ ୨୮ ମିନିଟ୍‌ରେ ହୋଇଥିବା ବେଳେ, ଦ୍ବିତୀୟ ପରୀକ୍ଷଣ ଅପରାହ୍ନ ୪ଟା ୪୨ରେ ହୋଇଥିଲା । ଅସ୍ତ୍ର କ୍ଷେପଣାସ୍ତ୍ରର ବିକଶିତ ଭର୍ସନ୍‌ ହେଉଛି VL-SRSAM। ଭୂପୃଷ୍ଠରୁ ଆକାଶମାର୍ଗକୁ ନିକ୍ଷେପ ହେଉଥିବା ଏହି କ୍ଷେପଣାସ୍ତ୍ରକୁ ପ୍ରଥମ ଥର ପାଇଁ ଚାନ୍ଦିପୁରରୁ ଗ୍ରାଉଣ୍ଡ ଟେଷ୍ଟ କରାଯାଇଥିଲା । ଯାହାର ଲକ୍ଷ୍ୟଭେଦ କ୍ଷମତା ହେଉଛି ୨୫ରୁ ୩୦ କିଲୋମିଟର ।

ଏଥିରେ ଆଣ୍ଟି ରାଡାର୍‌ ସିଷ୍ଟମ୍‌ ବ୍ୟବହାର କରାଯାଇଥିବାରୁ ଶତ୍ରୁପକ୍ଷର ରାଡାର୍‌ ଏହି କ୍ଷେପଣାସ୍ତ୍ରକୁ ଚିହ୍ନଟ କରିପାରିବ ନାହିଁ । ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂସ୍ଥା (ଡିଆର୍‌ଡିଓ), ଭାରତ ଡାଇନାମିକ୍‌ ଲିମିଟେଡ୍‌ ଓ ଇଲେକ୍ଟ୍ରୋନିକ୍ସ କର୍ପୋରେସନ୍‌ ଅଫ୍‌ ଇଣ୍ଡିଆର ମିଳିତ ଉଦ୍ୟମରେ ନିର୍ମିତ VL-SRSAM କ୍ଷେପଣାସ୍ତ୍ରରେ ଅତ୍ୟାଧୁନିକ ରକେଟ୍‌ ମୋଟର ବ୍ୟବହାର କରାଯାଇଛି ।

Leave A Reply

Your email address will not be published.