Latest Odisha News

BREAKING NEWS

ଲଭଗୁରୁ ମଟୁକନାଥ ଜୟରାମପୁରରେ ଖୋଲିବେ ପ୍ରେମ ବିଦ୍ୟାଳୟ

ଜୟରାମପୁର:ଲଭଗୁରୁ ଭାବେ ଖ୍ୟାତି ଅର୍ଜନ କରିଥିବା ପ୍ରଫେସର ମଟୁକନାଥ ଜନ୍ମସ୍ଥାନ ଜୟରାମପୁରରେ ଏକ ପ୍ରେମ ବିଦ୍ୟାଳୟ ଖୋଲିବା ପାଇଁ ନିଷ୍ପତି ନେଇଛନ୍ତି । ଏହାର ନାମ ଓଶୋ ଇଂଟରନ୍ୟାଶନାଲ ସ୍କୁଲ ରହିବ ଏବଂ ଏହା ଚଳିତ ବର୍ଷ ଏପ୍ରିଲରୁ ଆରମ୍ଭ କରାଯିବ ବୋଲି ସେ କହିଛନ୍ତି । ଦୁନିଆର ସବୁଠାରୁ ବଡ ପ୍ରେମଗୁରୁ ଓଶୋ ହୋଇଥିବାରୁ ତାଙ୍କ ନାମରେ ସ୍କୁଲକୁ ନାମିତ କରିଛି । ୨୦୦୪ରେ ନିଜ ଠାରୁ ୩୦ ବର୍ଷ ସାନ ଛାତ୍ରୀ ଜୁଲି ସହ ପ୍ରେମରେ ପଡି ମଟୁକନାଥ ଚର୍ଚ୍ଚାକୁ ଆସିଥିଲେ । ଅବଶ୍ୟ ପରେ ଏହି ପ୍ରେମ ଷ୍ଟୋରୀ ତାଙ୍କୁ ଏକୁଟିଆ କରି ଦେଇଥିଲା ।

ସ୍ତ୍ରୀ ଛାଡିଦେବା ପରେ ଜୁଲି ମଧ୍ୟ ରୋଗରେ ପଡି ଯାଇଥିଲେ । ୨୦୧୪ ପରଠାରୁ ଜୁଲିଙ୍କ ମନରେ ବୈରାଗ୍ୟ ଭାବ ଆସି ଯାଇଥିଲା । ସେ ତ୍ରିନଦାଦ ଆଣ୍ଡ ଟୋବାଗୋ ପଳାଇଥିଲେ । ତେବେ ମଟୁକନାଥଙ୍କ ଏହାକୁ ଖଣ୍ଡନ କରିବା ସହ ଜୁଲି ଏବଂ ତାଙ୍କ ମଧ୍ୟରେ ସମ୍ପର୍କ ଭଲ ରହିଛି ବୋଲି କହିଛନ୍ତି । ସେ ସୁସ୍ଥ ହେଲେଣି ଏବଂ ପାଟନାରେ ମୋ ସହିତ ରହିବେ ବୋଲି କହିଛନ୍ତି ।

Leave A Reply

Your email address will not be published.