Latest Odisha News

BREAKING NEWS

ଚୌଦ୍ୱାରରେ ପୋଲିସ ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ

କଟକ: ଚୌଦ୍ୱାର ନିକଟରେ ରବିବାର ଦିନ ପୋଲିସ ଓ ଅପରାଧି ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ ହୋଇଛି ।

ଉକ୍ତ ଅପରାଧୀଙ୍କ ନାମ ଅଜୟ ସାହୁ ଓରଫ୍ ଜିତୁ ବୋଲି ଜଣାପଡିଛି ।

ତା’ ନିକଟରୁ ଗୋଟିଏ ବନ୍ଧୁକ ଓ ଗୋଟିଏ ଜୀବନ୍ତ ଗୁଳି ଜବତ ହୋଇଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ।

ମିଳିଥିବା ସୂଚନାନୁଯାୟୀ ଚୌଦ୍ୱାର ପୋଲିସ ଓ କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍ୱାଡ ମିଳିତ ଭାବେ ସ୍ଥାନୀୟ ଅଞ୍ଚଳରେ ଚଢାଉ କରିଥିଲେ । ଏହି ସମୟରେ ଜିତୁ ଖସିଯିବାକୁ ଚେଷ୍ଟା କରି ପୋଲିସ ଉପରକୁ ଗୁଳି ଚାଳନା କରିଥିଲା ବେଳେ ଏହାର ପାଲଟା ଜବାବରେ ପୋଲିସ୍ ଗୁଳି ଚାଳନା କରିଥିଲା।

ଆହତ ଅପରାଧୀର ଡାହାଣ ଗୋଡରେ ଗୁଳି ବାଜିଥିବା ବେଳେ ତା’କୁ ଚିକିତ୍ସା ନିମନ୍ତେ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିବା ନେଇ ଜଣାପଡିଛି ।

Comments are closed.