Latest Odisha News

BREAKING NEWS

ଚନ୍ଦ୍ରଭାଗାରେ ବୁଡି ଯାଉଥିଲେ ମହିଳା ପର୍ଯ୍ୟଟକ, ଉଦ୍ଧାର କଲେ ଫଟୋଗ୍ରାଫର

କୋଣାର୍କ: କୋଣାର୍କର ଚନ୍ଦ୍ରଭାଗା ବେଳାଭୂମିରେ ବୁଡି ଯାଉଥିବା ଜଣେ ମହିଳା ପର୍ଯ୍ୟଟକଙ୍କୁ ଉଦ୍ଧାର କରିଛନ୍ତି ଫଟୋଗ୍ରାଫର୍ ।

ମିଳିଥିବା ସୂଚନାନୁଯାୟୀ ଆନ୍ଧ୍ରପ୍ରଦେଶର ଜଣେ ମହିଳା ପର୍ଯ୍ୟଟକ ଚନ୍ଦ୍ରଭାଗାରେ ଗାଧୋଉଥିବା ବେଳେ ଅଚାନକ ଉଚ୍ଚ ଢେଉ ଆସିବାରୁ ଦୁର୍ଭାଗ୍ୟବଶତଃ ସେ ଗଭୀର ଜଳରେ ଭାସିଯାଇଥିଲେ । ଏହି ସମୟରେ ପାଖରେ ଉପସ୍ଥିତ ଥିବା ଜଣେ ଫଟୋଗ୍ରାଫର ଏସମ୍ପର୍କରେ ଜାଣିପାରି ତୁରନ୍ତ ପର୍ଯ୍ୟଟକଙ୍କୁ ଉଦ୍ଧାର କରିବା ଲାଗି ପାଣି ମଧ୍ୟରେ ପ୍ରବେଶ କରିଥିଲେ ।

ଉଦ୍ଧାର ପରେ ସମ୍ପୃକ୍ତ ପର୍ଯ୍ୟଟକଙ୍କୁ ଚିକିତ୍ସା ନିମନ୍ତେ କୋଣାର୍କ ହସ୍ପିଟାଲରେ ଭର୍ତ୍ତି କରାଯାଇଥଲା ।

ତେବେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ନେଇ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.