Latest Odisha News

BREAKING NEWS

ୟୁରୋପରେ କରୋନାର ସେକେଣ୍ଡ ଓ୍ୱେଭ୍, ଏସବୁ ଦେଶରେ ପୁଣି ଲାଗିଲା କର୍ଫ୍ୟୁ

ୟୁରୋପୀୟ ଦେଶରେ ପୁଣି ଥରେ କାୟା ବିସ୍ତାର କରିବା ଆରମ୍ଭ କରିଛି ମହାମାରୀ । କରୋନାର ସେକେଣ୍ଡ ଓ୍ୱେଭ ଏବେ ସାମନାକୁ ଆସିଛି । ସ୍ପେନ୍, ଫ୍ରାନ୍ସ, ଇଟାଲୀ, ଜର୍ମାନୀ ସମେତ ବିଭିନ୍ନ ଦେଶରେ ବଢୁଛି ଦୈନିକ ପଜିଟିଭ୍ କେସ୍ । ସ୍ଥିତି ଏମିତି ହୋଇଛି ଯେ ଗତ ସପ୍ତାହ ଭିତରେ ୟୁରୋପ ମହାଦେଶରେ ୧୩ ଲକ୍ଷ ନୂଆ ପଜିଟିଭ୍ କେସ୍ ସାମନାକୁ ଆସିଛି ।

ଫ୍ରାନ୍ସରେ ବି ବଢୁଛି ସଂକ୍ରମଣ । ଗତକାଲି ଗୋଟିଏ ଦିନରେ ସେଠାରେ ଚିହ୍ନଟ ହୋଇଥିଲେ ରେକର୍ଡ ୫୨ ହଜାର ନୂଆ ଆକ୍ରାନ୍ତ । ଗତ କିଛି ଦିନ ହେବ ଫ୍ରାନ୍ସରେ ଦୈନିକ ୪୦ ହଜାରରୁ ଅଧିକ ସଂକ୍ରମିତ ହେଉଛନ୍ତି । ମହାମାରୀ ମୁକାବିଲା ପାଇଁ ବିଭିନ୍ନ ସହରରେ କର୍ଫ୍ୟୁ ଜାରି କରାଯାଇଛି ।

ସ୍ପେନରେ ସଂଖ୍ୟା ଦ୍ରୁତ ବଢୁଥିବାରୁ ସେଠାରେ କର୍ଫ୍ୟୁ ଜାରି କରାଯାଇଛି । ରାତି ୧୧ଟାରୁ ସକାଳ ୬ଟା ଯାଏଁ ଲୋକ ଘରୁ ବାହାରି ପାରିବେ ନାହିଁ । ସ୍ଥାନୀୟ ପ୍ରଶାସନ ଚାହିଁଲେ କଟକଣାକୁ ଅଧିକ କଡ଼ାକଡ଼ି କରିପାରିବେ । ସ୍ପେନରେ ବର୍ତ୍ତମାନ ସୁଦ୍ଧା ୧୦ ଲକ୍ଷ ଲୋକ ସଂକ୍ରମିତ ହୋଇଥିବା ବେଳେ ପ୍ରାଣ ହରାଇଲେଣି ୩୫ ହଜାରରୁ ଅଧିକ ଲୋକ ।

ସେପଟେ ଇଟାଲିରେ କରୋନାର ସେକେଣ୍ଡ ଓ୍ୱେଭ ଆସିଛି । ସଂକ୍ରମଣକୁ ରୋକିବା ପାଇଁ ଆଜିଠାରୁ ଇଟାଲୀରେ ସିନେମା ହଲ୍, ସୁଇମିଂ ପୁଲ୍, ଥିଏଟର ଓ ଜିମ୍ ବନ୍ଦ ରହିବ । ବାର୍, ରେଷ୍ଟୁରାଣ୍ଟ ଓ କାଫେ ସନ୍ଧ୍ୟା ୬ଟା ପରେ ବନ୍ଦ ହେବ । କିନ୍ତୁ ଖୋଲା ରହିବ ଦୋକାନ ବଜାର ।

Leave A Reply

Your email address will not be published.