Latest Odisha News

BREAKING NEWS

ଡ୍ରୋନରେ ଉଡିବ ମଣିଷ, ଖୁବଶୀଘ୍ର ନୌସେନାରେ ହେବ ସାମିଲ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଭାରତ ନିଜର ପ୍ରଥମ ମାନବବିହୀନ ଡ୍ରୋନ ‘ବରୁଣ’ ଲଞ୍ଚ କରିବାକୁ ଯାଉଛି। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ମାନବବିହୀନ ବିମାନକୁ ଖୁବଶୀଘ୍ର ଭାରତୀୟ ନୌସେନାରେ ସାମିଲ କରାଯିବ। ପ୍ରଥମ ଥର ପାଇଁ ଭାରତୀୟ ନୌସେନା ଯୁଦ୍ଧ ଜାହାଜକୁ ସମ୍ପୂର୍ଣ୍ଣ ପରୀକ୍ଷଣରେ ବ୍ୟବହାର କରିବ। ଏହାପରେ ଏହାକୁ ଲୋକଙ୍କୁ ପରିବହନ କରିବା ପାଇଁ ବ୍ୟବହାର କରାଯିବ।

ସ୍ୱଦେଶୀ ଡ୍ରୋନ୍ ‘ବରୁଣ’କୁ ଷ୍ଟାର୍ଟଅପ୍ ‘ସାଗର ଡିଫେନ୍ସ’ ପ୍ରସ୍ତୁତ କରିଛି। ଏହି ଡ୍ରୋନ୍ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେଇଯିବ। ରିମୋଟ୍ ସାହାଯ୍ୟରେ ଏହାକୁ ପରିଚାଳନା କରାଯିବ। ଏଥିରେ ଚାରିଟି ଅଟୋ ପାଇଲଟ୍ ମୋଡ୍ ରହିଛି । କିଛି ରୁଟରେ ଖରାପ ହେଲେ ମଧ୍ୟ କ୍ରମାଗତ ଭାବେ ଉଡ଼ିବାର କ୍ଷମତା ବଜାୟ ରଖିଛି। ଏବେ ଏହା ଭୂପୃଷ୍ଠରେ ପରୀକ୍ଷା କରାଯାଉଛି ଏବଂ ଆସନ୍ତା ତିନି ମାସ ମଧ୍ୟରେ ଏହା ସମୁଦ୍ରରେ ପରୀକ୍ଷା କରାଯିବ।

ଏବେ ଚାଲିଥିବା ପରୀକ୍ଷଣରେ ବରୁଣ ଡ୍ରୋନ୍ ଗୋଟିଏ ଜାହାଜରୁ ଅନ୍ୟ ଜାହାଜକୁ ମାଲ ପରିବହନ କରିବାରେ ସକ୍ଷମ ହୋଇଛି। ରୋଗୀଙ୍କୁ ଡାକ୍ତରଖାନାକୁ ନେବା ଆଣିବା ପାଇଁ ମଧ୍ୟ ଏହାକୁ ବ୍ୟବହାର କରାଯାଇପାରିବ। ଏହା ୩୦ କିଲୋମିଟର ଦୂରତା ଅତିକ୍ରମ କରିପାରିବ। ୧୦୦ କିଲୋ ଯାଏ ସାମଗ୍ରୀ କିମ୍ବା ଲୋକଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେବାର କ୍ଷମତା ରହିଛି। ଏହା ଭୂପୃଷ୍ଠରୁ ଦୁଇ ମିଟର ଉଚ୍ଚରେ ଉଡିପାରିବ।

ଭାରତୀୟ ନୌସେନା ପକ୍ଷରୁ ଏହି ପ୍ରକଳ୍ପ ପାଇଁ ଅର୍ଥ ବରାଦ କରାଯାଇଥିଲା। ୨୦୧୮-୧୯ ସୁଦ୍ଧା ଏହି ପ୍ରକଳ୍ପ କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।

ଏବେ ବରୁଣ ଡ୍ରୋନର ଲ୍ୟାଣ୍ଡ ବେସ୍ ଟେଷ୍ଟ ଚାଲିଛି ଏବଂ ଖୁବଶୀଘ୍ର ସମୁଦ୍ରରେ ବରୁଣର ଟେଷ୍ଟ ଆରମ୍ଭ ହେବ। ଏହା ନୌସେନାର ଅନେକ ଆବଶ୍ୟକତାକୁ ପୂରଣ କରିବ। ଏବେ ଯଦି ନୌସେନାକୁ ସମୁଦ୍ରରେ ଗୋଟିଏ ଜାହାଜରୁ ଅନ୍ୟ ଜାହାଜକୁ ସାମଗ୍ରୀ ସ୍ଥାନାନ୍ତର କରିବାକୁ ପଡ଼େ ତେବେ ଦୁଇ ଜାହାଜକୁ ପରସ୍ପରର ନିକଟତର କରାଯାଏ ଏବଂ ପରେ ମାଲ ପରିବହନ କରାଯାଏ। ବରୁଣ ସହାୟତାରେ କମ୍ ଖର୍ଚ୍ଚରେ ଏହି କାମ ସହଜରେ ହୋଇପାରିବ।

Leave A Reply

Your email address will not be published.