Latest Odisha News

ଜମ୍ମୁ ମିଲିଟାରୀ ଷ୍ଟେଶନ ଉପରେ ଉଡିଲା ଡ୍ରୋନ୍‌, ସେନା ପକ୍ଷରୁ ଗୁଳିମାଡ

ଶ୍ରୀନଗର:ଜମ୍ମୁ-କଶ୍ମୀର ଅଂଚଳରେ ଏବେ କିଛି ଦିନ ହେବ ଆତଙ୍କବାଦୀ ଗତିବିଧି ବୃଦ୍ଧି ପାଇଛି । ରବିବାର ଏୟାରଫୋର୍ସ ଷ୍ଟେଶନ ଉପରେ ଆତଙ୍କବାଦୀ ଆକ୍ରମଣ କରାଯିବା ପରେ ଆଜି କାଲୁଚକଠାରେ ଥିବା ମିଲିଟାରୀ ଷ୍ଟେଶନ ନିକଟରେ ଏକ ଡ୍ରୋନ ଉଡୁଥିବା ଦେଖିବାକୁ ମିଳିଥିଲା । ସେନା ପକ୍ଷରୁ ସଙ୍ଗେ ସଙ୍ଗେ ଏହାକୁ ଟାର୍ଗେଟ କରି ଗୁଳିମାଡ କରାଯିବା ସତ୍ୱେ ଡ୍ରୋନ ଶୁଟିଂ ରେଂଜରୁ ଖସି ଯାଇଥିଲା ।

ସମ୍ପୂର୍ଣ୍ଣ ଅଂଚଳକୁ ସିଲ କରାଯାଇ ସର୍ଚ୍ଚ ଅପେରେଶନ ଆରମ୍ଭ କରାଯାଇଛି । ତେବେ ଯବାନମାନେ ସତର୍କ ଥିବାରୁ ଆଉ ଏକ ଆତଙ୍କବାଦୀ ଆକ୍ରମଣ ଷଡଯନ୍ତ୍ର ବିଫଳ ହୋଇଛି । ସେନା ପକ୍ଷରୁ ୨୫ ରାଉଣ୍ଡ ଗୁଳି ଫାୟାରିଂ କରାଯାଇଥିଲା ।

Leave A Reply

Your email address will not be published.