Latest Odisha News

BREAKING NEWS

କେନ୍ଦ୍ରକୁ ଅତିରିକ୍ତ ୬ ଲକ୍ଷ ଡୋଜ୍ କୋଭିସିଲ୍ଡ ଟିକା ମାଗିଲା ଓଡ଼ିଶା

ଭୁବନେଶ୍ୱର: ରାଜ୍ୟରେ ଜୋରସୋରରେ ଚାଲିଛି ଟିକାକରଣ । ଏବେ ଦୈନିକ ୩ ଲକ୍ଷ ଟିକା ଦିଆଯାଉଛି । ଏବେ ରାଜ୍ୟ ପାଖରେ ମାତ୍ର ୩ଲକ୍ଷ ୩୮ ହଜାର ଡୋଜ୍ କୋଭିସିଲ୍ଡ ଟିକା ମହଜୁତ ଅଛି । ଯାହା ମାତ୍ର ୨ ଦିନରେ ଶେଷ ହୋଇଯିବ । ଆସନ୍ତାକାଲି ପରେ ରାଜ୍ୟରେ ଆଉ କୋଭିସିଲ୍ଡ ଟିକା ବଳକା ରହିବ ନାହିଁ । ଏହାପରେ ଟିକାକରଣ ବାଧାପ୍ରାପ୍ତ ହେବ ।

ସେଥିପାଇଁ ଜୁନ ପାଇଁ ଅତିରିକ୍ତ ୬ ଲକ୍ଷ ଡୋଜ୍ କୋଭିସିଲ୍ଡ ଟିକା ଯୋଗାଇ ଦେବାକୁ କେନ୍ଦ୍ରକୁ ଅନୁରୋଧ କରିଛନ୍ତି ରାଜ୍ୟ ସରକାର । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ତୁରନ୍ତ ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ । ଫଳରେ ରାଜ୍ୟରେ ସୂଚାରୁ ରୂପରେ ଟିକାକରଣ ହୋଇପାରିବ ।

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ନିଜ ଚିଠିରେ ଉଲ୍ଲେଖ କରିଛନ୍ତି, ଜୁନ୍ ୨୧ ତାରିଖରୁ ରାଜ୍ୟରେ ଦୈନିକ ହାରାହାରି ୩ ଲକ୍ଷ ଟିକାକରଣ ହେଉଛି । ଜୁନରେ ଓଡ଼ିଶା ୧୩ ଲକ୍ଷ ୭୮ ହଜାର ୩୧୦ ଡୋଜ୍ କୋଭିସିଲ୍ଡ ଟିକା ପାଇଥିବା ବେଳେ ସେସବୁକୁ ଜିଲ୍ଲାଗୁଡ଼ିକୁ ପଠାଇ ଦିଆଯାଇଛି ।

Leave A Reply

Your email address will not be published.