Latest Odisha News

BREAKING NEWS

ଜେଜେଙ୍କ ଏକାଦଶାହରେ ନଦୀରେ ବୁଡି ନାତୁଣୀ ମୃତ

ସାଲେପୁର:  ନଦୀରେ ବୁଡି ନାବାଳିକାର ମୃତ୍ୟୁ ହୋଇଛି । ଏମିତି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ସାଧକନଗର ଗାଁରେ ।ମୃତ ବାଳିକା ଜଣକ ହେଲେ ଋତୁପର୍ଣ୍ଣା ସାହୁ । ସେ ଅଷ୍ଟମ ଶ୍ରେଣୀର ଛାତ୍ରୀ  ।

ଜେଜେଙ୍କର ଏକାଦଶାହ ଦିନ ତିନି ଭଉଣୀ ନଦୀକୁ ଗାଧୋଇବାକୁ ଯାଇଥିଲେ। ଲୁଣା ନଦୀରେ  ଗାଧଉଥିବା ସମୟରେ ହଠାତ ସାନ ଭଉଣୀ ଦୁଇଜଣ ନଦୀରେ ଭାସି ଯାଇଥିଲେ । ଏହା ଦେଖି ବଡ଼ ଭଉଣୀ ଋତୁପର୍ଣ୍ଣା ତାଙ୍କୁ ଉଦ୍ଧାର କରିବାକୁ ଯାଇ ପାଣିରେ ବୁଡିଗଲେ। ସାନ ଦୁଇଜଣ ସିନା ବଞ୍ଚିଗଲେ ହେଲେ ବଡ଼ ଭଉଣୀ ଚାଲିଗଲା ଅକାତ ପାଣି ରେ ।ନଦୀରୁ ମୃତ୍ୟ ମୁଖରୁ ଗ୍ରାମବାସୀଙ୍କ ଦ୍ୱାରା ଅଳ୍ପକେ ଉଦ୍ଧାର ହୋଇଥିବା ନାବାଳିକା ସାନ ଭଉଣୀ ଦୁଇଜଣ ହେଲେ ରିଦ୍ଧି ଆଉ ସିଦ୍ଧି। ସାନ ଦୁଇଜଣ ଏବେ ସୁସ୍ଥ ଥିବାବେଳେ ଋତୁପର୍ଣ୍ଣାଙ୍କର ମୃତ୍ୟୁ ଘଟିଛି । ଏ ଘଟଣାକୁ ନେଇ ଗାଁରେ ସୃଷ୍ଟି ହେଇଛି ଶୋକାକୁଳ ପରିବେଶ ।

Leave A Reply

Your email address will not be published.