Latest Odisha News

BREAKING NEWS

କୋଭିଡ କଟକଣା ମଧ୍ୟରେ ଚାଲିଛି ମାଆଙ୍କ ପୂଜା

ଯାଜପୁର: ଦେବୀ ମଣ୍ଡପରେ ଆଜି ମହା ସପ୍ତମୀ ଆସନ୍ତାକାଲି ଅଷ୍ଟମୀ। ଆଉ ଗୋଟିଏ ଦିନ ପରେ ମଣ୍ଡପରେ ଶୋଭା ପାଇବ ମାଆଙ୍କ ମୃଣ୍ମୟୀ ପ୍ରତିମା । ଏଥିପାଇଁ ଚଳଚଞ୍ଚଳ ଯାଜପୁର ଜିଲ୍ଲାର ବ୍ୟାସନଗର ସହର।

କୋଭିଡ ନିୟମ କଡାକଡି ପାଳନ ସହ ମାଙ୍କ ପୂଜା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ପ୍ରତିବର୍ଷ ଏଠାରେ ମାଆଙ୍କ ପୂଜା ଯାକଜମକରେ ହେଉଥିବା ବେଳେ ଚଳିତ ଥର ଏହାକୁ ଫିକା କରି ଦେଇଛି କରୋନା।

ସହରର ଚୋରଦା,ମୁଣ୍ଡମାଳ, ରାଇସମିଲ ଓ ବସଷ୍ଟାଣ୍ଡ ଆଦି ଅଞ୍ଚଳରେ ମାଙ୍କର ୬ ଟି ମେଢ ହୋଇଥାଏ ।

ଅତି କମ୍ ସାଜସଜ୍ଜା ସହ ହେବ ମାଆଙ୍କ ଆରାଧନା। ମାଙ୍କ ମୂର୍ତ୍ତି ନିୟମ ଅନୁଯାୟୀ ୪ ଫୁଟ ଭିତରେ ସିମିତ ରଖାଯାଇଛି । କେବଳ ବିଧି ରକ୍ଷା ପୁର୍ବକ ପୁଜା କରାଯାଉଥିବା ବେଳେ ସାଧାରଣ ଲୋକଙ୍କ ଦର୍ଶନକୁ ବନ୍ଦ ରଖାଯିବ ବୋଲି ସୂଚନା ମିଳିଛି।

Leave A Reply

Your email address will not be published.