Latest Odisha News

BREAKING NEWS

ମଦ ପିଇ ଗାଡି ଚଳାଇବା ଡ୍ରାଇଭରଙ୍କୁ ପଡିଲା ମହଙ୍ଗା, ଆଇନଜୀବୀ ମୃତ

ସାଲେପୁର: ମଦ ପିଇ ଗାଡି ଚଳାଇବା ଡ୍ରାଇଭରଙ୍କୁ ପଡିଲା ମହଙ୍ଗା  । ଗତକାଲି ମଧ୍ୟରାତ୍ରୀରେ କଟକ ନିଶ୍ଚିନ୍ତକୋଇଲି ଥାନା କଟିକଟା-ଜଇପୁର ପୂର୍ତ୍ତ ବିଭାଗ ରାସ୍ତାର ପୁବଂସ ସେତୁ ଗଡା ନିକଟରେ ଯାଉଥିବା ଏକ ମହିନ୍ଦ୍ରା ଥର୍ ଗାଡି ଦ୍ରୁତ ଗତିରେ ଆସି ପୋଲ ଗଡା ରାସ୍ତା ପାର୍ଶ୍ଵରେ ଥୂଆ ହୋଇଥିବା ଏକ ପୋକଲୀନ ମେସିନ ରେ ଧକ୍କା ହୋଇଥିଲା । ଗାଡ଼ିରେ ବସିଥିବା ୪ଜଣ ଯାତ୍ରୀ ମାନେ ସୌଭାଗ୍ୟ ବଶତଃ ସୁରକ୍ଷିତ ଥିଲା ବେଳେ ଜଣେ ଯାତ୍ରୀ ଦୁଘର୍ଟଣାରେ ଗୁରୁତର ହୋଇଥିଲେ ।

ଖବର ପାଇ ସ୍ଥାନୀୟ ଲୋକେ ଆହତ ବ୍ୟକ୍ତିମାନଙ୍କୁ ଗାଡି ଭିତରୁ ଉଦ୍ଧାର କରିଥିଲେ । ତେବେ ଗୁରୁତର ଆହତ ହୋଇଥିବା ନେମାଳ ଥାନା ଅଧିନସ୍ଥ କମଳପୁର ଗାଁ ର ଆଇନଜୀବୀ ମହେନ୍ଦ୍ର ଜେନାଙ୍କୁ ଉଦ୍ଧାର କରି କୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା  । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଅନ୍ୟ ଆହତ ବ୍ୟକ୍ତି ମାନେ ହେଲେ ସଞ୍ଜୟ କୁମାର ଜେନା , ଅଜୟ କୁମାର ବେଉରା , ଆଶୁତୋଷ ତ୍ରିପାଠୀ ଓ ରଞ୍ଜନ କୁମାର ବେଉରା  ସମସ୍ତେ ନେମାଳ ଥାନା ଅଞ୍ଚଳର । ଏନେଇ ନିଶ୍ଚିନ୍ତକୋଇଲି ଥାନା ପୋଲିସ ଗାଡି ଭିତରୁ ମଦ ବୋତଲ ଜବତ କରିବା ସହ ଏକ ସୁନା ବ୍ରେସଲେଟ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.