Latest Odisha News

BREAKING NEWS

ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ଜାପାନୀ ଝିଅଙ୍କ ‘କାଲା ଚଷମା’ ଡ୍ୟାନ୍ସ

ଓଡ଼ିଶା ସମ୍ବାଦ ବ୍ୟୁରୋ: ବଲିଉଡ ଚଳଚ୍ଚିତ୍ର ‘ବାର ବାର ଦେଖୋ’ ର ଗୀତ ‘କାଲା ଚଷମା’ର ଡ୍ୟାନ୍ସ ଲୋକଙ୍କୁ ବେଶ ଆକୃଷ୍ଟ କରିଛି। ଏପିରିକି ଏହି ସଙ୍ଗୀତଟି ଅନ୍ତର୍ଜାତୀୟ ସ୍ଥରରେ ବେସ ପ୍ରସିଦ୍ଧ ଲାଭ କରିଛି। ଏହି ସୁପରହିଟ୍ ଗୀତରେ ପ୍ରତିଦିନ କିଛି ନା କିଛି ନାଚ କିମ୍ବା ଡ୍ରାମା ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ଜାପାନର କିଛି ଯୁବତୀମାନେ ଏହି ଗୀତର ତାଳେ ତାଳେ ଜବରଦସ୍ତ ନାଚ କରୁଛନ୍ତି। ଏବେ ଝିଅମାନଙ୍କର ଏହି ମଜାଦାର ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ଏହି ଭିଡିଓ ଇନଷ୍ଟାଗ୍ରାମରେ କୁଇକ୍ ଷ୍ଟାଇଲ୍ ନାମକ ଏକ ହ୍ୟାଣ୍ଡଲରେ ପୋଷ୍ଟ କରାଯାଇଛି। ଏଥିରେ ପ୍ରାୟ ଦଶ ଜଣ ଝିଅଙ୍କର ଏକ ଦଳ କାଲା ଚଷମା
ଗୀତରେ ନାଚୁଥିବାର ନଜର ଆସିଛନ୍ତି। ବିଶେଷ କଥା ହେଉଛି ଏହି ଝିଅମାନେ ସ୍କୁଲ ଛାତ୍ରୀ ପରି ଦେଖାଯାଉଛନ୍ତି। କାରଣ ସେମାନଙ୍କର ପୋଷାକ
ସମାନ ଏବଂ ହେୟାର ଷ୍ଟାଇଲ ମଧ୍ୟ ସମାନ ନଜର ଆସୁଛି।

ଏହି ଡ୍ୟାନ୍ସର ଆଉ ଏକ ବିଶେଷ କଥା ହେଉଛି ଜାପାନୀ ଝିଅମାନେ ସୁନ୍ଦର ଭାବେ ଷ୍ଟେପକୁ ତାଳେ ତାଳେ କରୁଛନ୍ତି। ଏହି ଭିଡିଓରେ ପ୍ରଥମେ ଜଣେ ଝିଅ ଷ୍ଟେପ କରୁଥିବା ନଜର ଆସୁଛନ୍ତି। ପରେ ସମସ୍ତ ଝିଅ ଗୀତର ତାଳେ ତାଳେ ସେହି ଷ୍ଟେପକୁ ଫଲୋ କରୁଛନ୍ତି। ଏହି ଷ୍ଟେପ୍ ସମସ୍ତଙ୍କୁ ଆକର୍ଷିତ କରୁଛି।
ଲୋକମାନେ ଏହି ନୂତନ ଭାଇରାଲ୍ ଭିଡିଓ ‘କାଲା ଚଷମା’କୁ ପସନ୍ଦ କରୁଛନ୍ତି। ଏହା ଉପରେ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି।

Leave A Reply

Your email address will not be published.