ବ୍ରହ୍ମପୁର: ଦୁର୍ଗା ପୂଜାର ମାହୋଲ ଭିତରେ ବ୍ରହ୍ମପୁର ସହରରେ ଘଟିଯାଇଛି ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡ। ମଦ ପିଇବା ପରେ ଟଙ୍କା ମାଗିବାକୁ ନେଇ ପ୍ରଥମେ ଝଗଡ଼଼ା ଏବଂ ଏହାକୁ ନେଇ ପଥରରେ ଛେଚି ହତ୍ୟା।
ମିଳିଥିବା ସୂଚନା ଅନୁଯାୟୀ, ବଡ଼ବଜାର ଥାନା ଅର୍ନ୍ତଗତ ପ୍ରେମନଗରରେ ଥିବା ମଦ ଦୋକାନରେ ଗୋପାଳ କୃଷ୍ଣ ପାତ୍ର ନାମକ ଜଣେ ୪୭ ବର୍ଷୀୟ ବ୍ୟକ୍ତି ମଙ୍ଗଳବାର ଅପରାହ୍ନ ପ୍ରାୟ ୫ଟା ବେଳେ ମଦ୍ୟପାନ କରୁଥିଲେ। ତାଙ୍କ ପାଖରେ ଜଣେ ୧୬ ବର୍ଷୀୟ ନାବାଳକ ମଧ୍ୟ ମଦ ପିଉଥିଲେ। ହଠାତ୍ ନାବାଳକ ଜଣକ ଗୋପାଳଙ୍କୁ ଟଙ୍କା ମାଗିଥିଲେ। ଗୋପାଳ ଟଙ୍କା ଦେବାକୁ ମନା କରିବା ସହିତ ନାବାଳକଙ୍କୁ ଗାଳି କରିଥିଲେ ଏବଂ ମାଡ଼ ମାରିଥିଲେ। ନାବାଳକ ଜଣକ ସେଠାରୁ ଚାଲିଯାଇ ଦୋକାନ ସମ୍ମୁଖରେ ଅପେକ୍ଷା କରିଥିଲେ। ଗୋପାଳ ମଦ ଦୋକାନରୁ ବାହାରିବା କ୍ଷଣି ପଥରରେ ମୁଣ୍ଡକୁ ବାରମ୍ବାର ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ଗୋପାଳଙ୍କୁ ଏମକେସିଜି ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧିନ ଅବସ୍ଥାରେ ପରେ ତାଙ୍କର ମୃତ୍ୟୁ ହୋଇଥିଲା। ପରେ ନାବାଳକଙ୍କୁ ପୋଲିସ ଗିରଫ କରିଥିଲା। ନାବାଳକଙ୍କ ଘର ଧାନମେରା ସାହିରେ ହୋଇଥିବା ବେଳେ ସେ ପୂର୍ବରୁ ଚୋରି, ଡକାୟତି ଏବଂ ଅନ୍ୟାନ୍ୟ ମାମଲାରେ ମଧ୍ୟ ସଂପୃକ୍ତ ଅଛନ୍ତି।
BREAKING NEWS
- Bank unions defer 3-day:ବ୍ୟାଙ୍କ ଧର୍ମଘଟ ପ୍ରତ୍ୟାହାର ; IBA ଏବଂ UFBU ମଧ୍ୟରେ ବୈଠକ ପରେ ନିଷ୍ପତ୍ତି
- ଗୁଣି ସନ୍ଦେହରେ ବୃଦ୍ଧଙ୍କୁ ମାରି ଜାଳିଦେଲେ!
- ମହାନଦୀରେ ବଢୁଛି ବନ୍ୟା ଭୟ: ବଡ଼ମ୍ବା ଭଟ୍ଟାରିକା ପୀଠରେ ୧୬୩ ଧାରା ଲାଗୁ, ମନ୍ଦିର ଛୁଇଁଲା ବନ୍ୟାଜଳ
- ଅତିଭୌତିକ ଗଳ୍ପ‘ଇନ୍ଦ୍ରଜାଲ’ ପୁସ୍ତକ ଉନ୍ମୋଚନ
- ବିବାହର ୪ ବର୍ଷ ପରେ ଜାସ୍ମିନ ମାଝୀଙ୍କ ସନ୍ଦେହଜନକ ମୃତ୍ୟୁ: ସ୍ୱାମୀଙ୍କ ସହ ଝଗଡ଼ା ପରେ ବିଷ ପିଇଥିବା ସନ୍ଦେହ
- CM Majhi targets Congress:SIR ଅଭିଯୋଗକୁ ନେଇ କଂଗ୍ରେସକୁ ଟାର୍ଗେଟ୍ କଲେ ମୁଖ୍ୟମନ୍ତ୍ରୀ; କହିଲେ- ପ୍ରସ୍ତୁତ ହୋଇଥିବା ଭୋଟର ତାଲିକାରେ ତ୍ରୁଟି ନାହିଁ
- ନିର୍ଭୟରେ କରନ୍ତୁ ଭଗବଦ୍ ଗୀତା ପାଠ, ବଙ୍ଗଳାରେ ବଦଳିଛି ସ୍ଥିତି: ହିନ୍ଦୁ ବିରୋଧୀଙ୍କୁ ଶୁଭେନ୍ଦୁଙ୍କ ଟାର୍ଗେଟ
- ଦିଲ୍ଲୀରେ ଖରାପ ରାସ୍ତାକୁ ନେଇ ବବାଲ: ଭିଡିଓ କରୁଥିବା ଯୁବକଙ୍କୁ ଥାପ୍ପଡ଼ ମାରିଲେ ମନ୍ତ୍ରୀ ପ୍ରବେଶ ବର୍ମା
- କୋହଲି,ଗିଲ୍ଙ୍କ ଶତକ: ପ୍ରଥମ ଏକଦିବସୀୟରେ ୱେଷ୍ଟଇଣ୍ଡିଜ୍କୁ ୮ ୱିକେଟ୍ରେ ହରାଇଲା ଭାରତ
- ବଲିଉଡର ବହୁପ୍ରତୀକ୍ଷିତ ଫିଲ୍ମ ‘ରାମାୟଣ: ପାର୍ଟ-୧’ର ଫାଷ୍ଟଲୁକ୍ ଆଉଟ୍: ଶ୍ରୀରାମ ବେଶରେ ରଣବୀର, ରାବଣ ସାଜିଲେ ୟଶ

Comments are closed.