Latest Odisha News

BREAKING NEWS

ଆଫଗାନିସ୍ତାନ ସଙ୍କଟ; ଦେଶରେ ବଢିପାରେ ଡ୍ରାଏଫ୍ରୁଟ୍‌ସର ମୂଲ୍ୟ

ନୂଆଦିଲ୍ଲୀ: ଆଫଗାନିସ୍ତାନ ତାଲିବାନ ଦଖଲକୁ ଗଲା ପରେ ଦେଶରେ ଅସ୍ଥିରତା ଦେଖାଦେଇଛି। ଆଫଗାନିସ୍ତାନର ତାଲିବାନ ଦଖଲ ପରେ ବାଣିଜ୍ୟ ଉପରେ ଏହାର ପ୍ରଭାବ ପଡ଼ିବ ବୋଲି ଆଶଙ୍କା କରାଯାଉଛି।ଆଫ୍‌ଗାନିସ୍ତାନ ଏବେ ସମ୍ପୂର୍ଣ୍ଣ ତାଲିବାନ ନିୟନ୍ତ୍ରଣକୁ ଚାଲିଯାଇଛି। ଏହାପରେ ଭାରତରେ ତାଲିବାନରୁ ଆସୁଥିବା ଡ୍ରାଏଫ୍ରୁଟ୍‌ସ ବିକ୍ରି ଉପରେ ମୂଲ୍ୟ ବୃଦ୍ଧି ହେବାର ସମ୍ଭାବନା ରହିଥିବା ଜଣାପଡ଼ିଛି।

ଭାରତ ଦକ୍ଷିଣ ଏସିଆ ଦେଶରୁ ବିଭିନ୍ନ ପ୍ରକାରର ଡ୍ରାଏଫ୍ରୁଟ୍‌ସ ଆମଦାନୀ କରିଥାଏ। ଯେମିତିକି କିସମିସ୍, ଆଲ୍‌ମଣ୍ଡ୍‌, ୱାଲ୍‌ନଟ୍‌, ଫିଗ୍‌ , ପାଇନ୍‌ ନଟ୍‌, ରାଇଜିନ୍‌, ଡ୍ରାଏଡ୍‌ ଆଫ୍ରିକଟ୍‌, ପିସ୍ତା। ଏହାବ୍ୟତୀତ ଡାଲିମ୍ବ, ସେଓ, ଆପ୍ରିକଟ୍‌, ଚେରି, ମେଲନ୍‌, ୱାଟର ମେଲନ୍‌, ହେଙ୍ଗୁ ଓ କେଶର ଆଦି ଆମଦାନୀ କରିଥାଏ।

ପୂର୍ବ ଆର୍ଥିକ ବର୍ଷରେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ୧.୫୫ ବିଲିୟନ ଡ଼ଲାର ଅତିକ୍ରମ କରିଛି। କିନ୍ତୁ ନିକଟରେ ତାଲିବାନ ଦ୍ୱାରା ଆଫଗାନିସ୍ତାନର ରାଜଧାନୀ କାବୁଲକୁ ଅକ୍ତିଆର କରିବା ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ସମ୍ପର୍କକୁ ସ୍ଥଗିତ ରଖିଛି।

ଏହି ସପ୍ତାହ ପୂର୍ବରୁ ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ରପ୍ତାନି ସଂଗଠନ (FIEO) କହିଛି ଯେ ତାଲିବାନ ଭାରତ ସହିତ ସମସ୍ତ ଆମଦାନୀ ଏବଂ ରପ୍ତାନି ବନ୍ଦ କରି ଦେଇଛି।

Leave A Reply

Your email address will not be published.