Latest Odisha News

BREAKING NEWS

ବୃଦ୍ଧ ଦମ୍ପତି ହତ୍ୟା ଘଟଣା, ୨ ଦିନିଆ ରିମାଣ୍ଡରେ ଆସିବ ମୁଖ୍ୟ ଅଭିଯୁକ୍ତ

ଭୁବନେଶ୍ୱର: ବେଲେଶ୍ବର ଅଞ୍ଚଳରେ ବୃଦ୍ଧ ଦମ୍ପତିଙ୍କୁ ହତ୍ୟା ଘଟଣାର ଜୋରଦାର ଚାଲିଛି ତନାଘନା। ଆଜିଠୁ ରିମାଣ୍ଡରେ ଆସିବ ମୁଖ୍ୟ ଅଭିଯୁକ୍ତ ସନ୍ତୋଷ। ୨ ଦିନିଆ ରିମାଣ୍ଡ ପାଇଁ କମିଶନରେଟ ପୋଲିସକୁ ଅନୁମତି ଦେଇଛନ୍ତି କୋର୍ଟ। ଜେଏମଏଫସି କୋର୍ଟ ୫ଦିନିଆ ରିମାଣ୍ଡ ଆବେଦନ କରିଥିଲା କମିଶନରେଟ ପୋଲିସ।

ହେଲେ ଆଜି ସନ୍ତୋଷକୁ ରିମାଣ୍ଡରେ ଆଣି ଜେରା କରିବ ପୋଲିସ। କାହିଁକି ବୃଦ୍ଧ ଦମ୍ପତିଙ୍କୁ ହତ୍ୟା କଲା ଏବଂ ଏଥିରେ ଆଉ କାହାର ସମ୍ପୃକ୍ତି ଅଛି କି ନାହିଁ ସେ ଜେରା କରିବ ତଦନ୍ତକାରୀ ଟିମ୍। ବୃଦ୍ଧ ଦମ୍ପତିଙ୍କ ହତ୍ୟାକାଣ୍ଡର ପାଞ୍ଚ ବର୍ଷ ପରେ ଅଭିଯୁକ୍ତ ସନ୍ତୋଷ ସମାଧା ଓ ପତ୍ନୀ ବାସନ୍ତୀ ସମାଧାକୁ ଫେବୃୟାରୀ ୧୪ ତାରିଖରେ ଗିରଫ କରିଥିଲା କମିଶନରେଟ ପୋଲିସ।

ରିମାଣ୍ଡରେ ଅଧିକ ହତ୍ୟାକାଣ୍ଡର ପ୍ରକୃତ ସତ ସହ ସନ୍ତୋଷର ଅତୀତ କାର୍ଯ୍ୟକୁ ନେଇ ସ୍ବତନ୍ତ୍ର ଟିମ୍ ପଚରାଉଚରା କରିବ ବୋଲି କଟକ ଡିସିପି ଜଗମୋହନ ମିନା ସୂଚନା ଦେଇଛନ୍ତି। ଦୀର୍ଘ ୫ ବର୍ଷ ହେଲାଣି ରହସ୍ୟ ଘେରରେ ଥିବା ମଧୁପାଟଣା ଥାନା ଅନ୍ତର୍ଗତ ବେଲେଶ୍ୱରର ବୃଦ୍ଧ ଦମ୍ପତି ଶ୍ରୀନାଥ ସାମଲ ଓ ବିଦୁଲତା ସାମଲ ହତ୍ୟା ମାମଲାର ପର୍ଦ୍ଦାଫାସ ହୋଇଛି । ୨୦୧୯ ମସିହାରେ ହୋଇଥିବା ଏହି ଚାଞ୍ଚଲ୍ୟକର ହତ୍ୟା ମାମଲାର ଦୁର୍ବୃତ୍ତମାନେ ଆଉ ଧରାପଡ଼ିବେ ନାହିଁ ବୋଲି ସାଧାରଣରେ ଏକ ଧାରଣା ଦୃଢ଼ ହୋଇଯାଇଥିବା ବେଳେ କମିଶନରେଟ ପୋଲିସ ବାଜି ପଲଟାଇ ଦେଇଛି ।

ହତ୍ୟାକାଣ୍ଡ ପୂର୍ବ ଓ ପରବର୍ତ୍ତୀ ସମୟରେ ୪୦ ଘଣ୍ଟା ପର୍ଯ୍ୟନ୍ତ ବାସନ୍ତିର ମୋବାଇଲ ବନ୍ଦ ରହିଥିଲା। ମୋବାଇଲ ବନ୍ଦ ରହିବା ପରେ ପୋଲିସର ସନ୍ଦେହ ବାସନ୍ତୀ ଆଡକୁ ହୋଇଥିଲା। କିନ୍ତୁ ତଦନ୍ତରେ ଜଣାପଡିଲା ସେ ଘଟଣା ଦିନ ସୁନ୍ଦରଗଡ଼ରେ ଥିଲା। ରହସ୍ୟ ହୋଇ ରହିଥିଲା ହତ୍ୟାକାଣ୍ଡ। ପୋଲିସ ପାଇଁ ଏ ମାମଲା ଚ୍ୟାଲେଞ୍ଜି‌ ଥିଲା। ପରିବାର ଲୋକେ ବାରମ୍ବାର ହତ୍ୟାକାରୀଙ୍କୁ ଧରିବା ପାଇଁ ଦାବି କରି ଆସୁଥିଲେ। ଏହାପରେ ଯୋଜନାବଦ୍ଧ ଏବଂ ପୁରା ପ୍ଲାନିଂଗର ସହିତ ପୋଲିସ ଅଭିଯୁକ୍ତ ସନ୍ତୋଷକୁ ଧରିବା ପାଇଁ ସକ୍ଷମ ହୋଇଥିଲା। ପରେ ସନ୍ତୋଷ ପତ୍ନୀ ବାସନ୍ତୀକୁ ଗିରଫ କରିଥିଲା କମିଶନରେଟ ପୋଲିସ ।

 

Comments are closed.