Latest Odisha News

BREAKING NEWS

ଆପ ନେତାଙ୍କ ବିରୋଧରେ ଇଡିର ବଡ ଆକ୍ସନ, ସାଂସଦ ଏନଡି ଗୁପ୍ତାଙ୍କ ସମେତ ୧୨ ନେତାଙ୍କ ଘରେ ରେଡ୍

ନୂଆଦିଲ୍ଲୀ: ଦିଲ୍ଲୀର ମନି ଲଣ୍ଡରିଂ ମାମଲାରେ ଆଜି ଆପର ୧୨ରୁ ଅଧିକ ନେତାଙ୍କ ଘରେ ସକାଳୁ ସକାଳୁ ଇଡି ରେଡ୍ ମାରିଛି । ଆପର ରାଜ୍ୟସଭା ସାଂସଦ ଏନଡି ଗୁପ୍ତାଙ୍କ ଘରେ ମଧ୍ୟ ଇଡି ଚଢାଉ କରିଛି । ଏହା ବ୍ୟତୀତ ସିଏମ୍ ଅରବିନ୍ଦ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବ ବିଶ୍ୱ କୁମାରଙ୍କ ଘରେ ମଧ୍ୟ ଚଢାଉ କରିଛି ଇଡି । ଏହା ବ୍ୟତୀତ ଦିଲ୍ଲୀର ଜଳ ବୋର୍ଡର ପୂର୍ବତନ ସଦସ୍ୟ ଶଲଭଙ୍କ ଘରେ ମଧ୍ୟ ଚଢାଉ କରାଯାଇଛି ।

ସୂଚନାନୁସାରେ, ଦିଲ୍ଲୀ ଆମ୍ ଆଦମୀ ପାର୍ଟିର ନେତା ଏବଂ ସେମାନଙ୍କ ସହ ଜଡିତ ଲୋକଙ୍କ ଘରେ ସକାଳୁ ସକାଳୁ ଚଢାଉ କରିଛି ଇଡି । କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହା ସ୍ପଷ୍ଟ ହୋଇନାହିଁ ଯେ, ଏହି ଚଢାଉ ମନି ଲଣ୍ଡରିଂ ମାମଲାରେ ହେଉଛି ନା ଅନ୍ୟ କେଉଁ କାରଣରୁ । ଇଡି ଚଢାଉ ପରେ ଆପ୍ ନେତା ତଥା ଦିଲ୍ଲୀ କ୍ୟାବିନେଟ ମନ୍ତ୍ରୀ ଆତିଶୀ ଏକ ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ କରିଛନ୍ତି ଯେ କୌଣସି ମାମଲାକୁ ନେଇ ଏହି ରେଡ୍ ହୋଇନି ବରଂ ଏହି ରେଡ୍ ପଛରେ ବିରୋଧିଙ୍କର ଷଡଯନ୍ତ୍ର ରହିଛି ।

ଆତିଶି କହିଛନ୍ତି, ଇଡି ବିରୋଧରେ ଏକ ବଡ ଖୁଲାସା କରିବାକୁ ଯାଉଥିଲି ସେଥିପାଇଁ ଆଜି ସକାଳ ୭ ଟାରୁ ଆପ୍ ନେତାଙ୍କ ଘରେ ଇଡି ଚଢାଉ କରିଛି । ସିଏମଙ୍କ ପିଏଙ୍କ ଘରେ ଚଢାଉ କରାଯାଉଛି । ଆଗକୁ ଆପର ଅନେକ ନେତାଙ୍କ ଘରେ ରେଡ୍ ହେବ । ବିଜେପି ତା’ର ଏଜେନ୍ସି ଗୁଡିକ ମାଧ୍ୟମରେ ଧମକେଇ ଡରେଇବାକୁ ଚେଷ୍ଟା କରୁଛି। ଆପ ବିଜେପିର ଏହି ଧମକରେ ଡରିବା ଲୋକ ନୁହେଁ ।

ଏକ ସାମ୍ବାଦିକ ସମ୍ମିଳନୀରେ ଆତିଶୀ କହିଛନ୍ତି, ‘ଗତ ଦୁଇ ବର୍ଷ ଧରି ନେତାମାନଙ୍କୁ ଭୟଭୀତ କରାଯାଉଛି । ଦୁଇ ବର୍ଷର ଅନୁସନ୍ଧାନରେ ଇଡି ଏପର୍ଯ୍ୟନ୍ତ କିଛି ପାଇନାହିଁ | ଇଡି ଗୋଟିଏ ଟଙ୍କା ବି କାହା ବିରୋଧରେ ପାଇନାହିଁ । ପ୍ରମାଣ ଉପସ୍ଥାପନ କରିବାକୁ ମଧ୍ୟ କୋର୍ଟ ବାରମ୍ବାର କହିଛନ୍ତି । ଅନେକ ସାକ୍ଷୀକୁ ସରକାରୀ ସାକ୍ଷୀ ଭାବରେ ଉପସ୍ଥାପିତ କରାଯାଇଥିଲା । ସେହି ସମସ୍ତ ବିବୃତ୍ତି ନକଲି ଅଟେ | ଅନେକ ସାକ୍ଷୀ ମାନଙ୍କୁ ଡରେଇ ଧମକେଇ ସେମାନଙ୍କ କଥା ବଦଳେଇବାକୁ ବାଧ୍ୟ କରାଯାଇଥିଲା । କାହାକୁ ତାଙ୍କ ଝିଅ ତ କାହାକୁ ତାଙ୍କ ସ୍ତ୍ରୀ ନାଁରେ କହି ଡରାଗଲା । ଏପରି ଭାବରେ ବିରୋଧୀ ଡରେଇ ଧମକେଇ ଆପ ନେତାଙ୍କ ବିରୋଧରେ ମତ ଦେବାକୁ କୁହାଯାଇଥିଲା । ଯାହା ବିଜେପିର ଏକ ଷଡଯନ୍ତ୍ର ଥିଲା ।

Leave A Reply

Your email address will not be published.