Latest Odisha News

BREAKING NEWS

ସବୁ ଶିକ୍ଷକ ପଳାଉଛନ୍ତି, ଆମ ପିଲା ପଢିବେ କେମିତି ?

ଜୟପୁର:  ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥାକୁ ନେଇ ତାତିଲେ ଅବିଭାବକ। ତୁରନ୍ତ ବିଦ୍ୟାଳୟର ଶିକ୍ଷକ ଅଭାବ ପୂରଣ ନକଲେ ସରକାରୀ ବିଦ୍ୟାଳୟକୁ ଛାତ୍ର ଛାତ୍ରୀଙ୍କୁ ଛାଡିବେନି ବୋଲି ଚେତାବନୀ ଦେଲେ  । ବୋରିଗୁମ୍ମା ବ୍ଲକରେ ଶିକ୍ଷା ବ୍ୟବସ୍ଥା ଦୀପ ତଳ ଅନ୍ଧାର ପରି । ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଲାଗି ରହିଥିବା ବ୍ଲକ କଲୋନି ପ୍ରାଥମିକ ବିଦ୍ୟାଳୟ ତାହାର ଉଦାହରଣ।

ଏହି ବିଦ୍ୟାଳୟ ରେ ଗୋଟାଏ ପରେ ଗୋଟାଏ ଶିକ୍ଷକ ଏବଂ ଶିକ୍ଷୟତ୍ରୀ ବଦଳି ଓ ଅବସର ହୋଇଥିଲେ ମଧ୍ୟ ସେହି  ସ୍ଥାନ ପୂରଣ ହେଉନି ।  ଯାହାକୁ ନେଇ ବରମ୍ଭାର ଅଭିଭାବକ ଏବଂ ବିଦ୍ୟାଳୟର ପକ୍ଷରୁ ବିଇଓଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ହେଲେ କେବଳ ପ୍ରତିଶ୍ରୁତିରେ ଅଟକିଛି ଶିକ୍ଷକ ନିଯୁକ୍ତି। ଯାହାକୁ ନେଇ ଆଜି ଅଭିଭାବକ ଏବଂ ଶିକ୍ଷକଙ୍କ ବୈଠକରେ ତାତି ଥିଲେ ଅଭିଭାବକ।

ଏହି ବିଦ୍ୟାଳୟରେ ପ୍ରଥମ ରୁ ପଞ୍ଚମ ପର୍ଯ୍ୟନ୍ତ ୧୮୫ ଜଣ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଛନ୍ତି। ଏଠି ପୂର୍ବରୁ ୬ଜଣ ଶିକ୍ଷକ ଶିକ୍ଷୟତ୍ରୀ ନିଯୁକ୍ତି ଥିଲେ। କିନ୍ତୁ ଏବେ କେବଳ ୩ଜଣ ଶିକ୍ଷୟତ୍ରି ରହିଛନ୍ତି l ୩ଜଣ ଶିକ୍ଷୟତ୍ରୀ ତିନୋଟି କକ୍ଷରେ ୫ଟି ଶ୍ରେଣୀର ମଧ୍ୟ ଅସନ୍ତୋଷ ପ୍ରକଟ କରୁଛନ୍ତି।

ସବୁଠାରୁ ବଡ କଥା ହୋଉଛି ୩ଜଣ ଶିକ୍ଷୟତ୍ରୀଙ୍କ ମଧ୍ୟରୁ ଜଣେ ଶିକ୍ଷୟତ୍ରୀ ଚଳିତ ମାସରେ ଅବସର ନେବେ। ଏହା ପରେ ଆଗକୁ ଶିକ୍ଷାଦାନ ବାଧା ପ୍ରାପ୍ତ ହେବ l ଘଟଣା ସମ୍ପର୍କରେ ସ୍ଥାନୀୟ ଅବିଭାବକ ଏବଂ ବିଦ୍ୟାଳୟ ପକ୍ଷରୁ ପୂର୍ବରୁ BEO ଙ୍କୁ ଅବଗତ କରାଯାଇଛି ହେଲେ ଏ ପର୍ଯ୍ୟନ୍ତକେବଳ ପ୍ରତିଶୃତି ମିଳିଥିବା ଅବିଭାବକ ଏବଂ ଶିକ୍ଷତାୟତ୍ରୀ ସୂଚନା ଦେଇଛନ୍ତି l ସେପଟେ ଅତି ଶୀଘ୍ର ଶିକ୍ଷକ ଅଭାବ ପୁରଣ ନ ହେଲେ ସରକାରୀ ବିଘ୍ୟାଳୟ ରେ ଛାତ୍ର ଛାତ୍ରୀଙ୍କୁ ଛାଡ଼ିବୁ ନାହିଁ ବୋଲି କହିଛନ୍ତି l

Leave A Reply

Your email address will not be published.