Latest Odisha News

BREAKING NEWS

୫ ବାଇକ୍ ଓ ୨ କାର୍ ଉପରେ ଚଢିଗଲା ଟ୍ରକ୍

କଟକ:କଟକ ଜିଲ୍ଲା ଜଗତପୁର ଖଇରା ପୋଲ ନିକଟରେ ଘଟିଛି ଭୟଙ୍କର ଦୁର୍ଘଟଣା । ସନ୍ଧ୍ୟାରେ ଭାରସାମ୍ୟ ହରାଇ ୫ଟି ବାଇକ୍ ଓ ୨ଟି କାର୍ ଉପରେ ମାଡ଼ି ଯାଇଛି ଟ୍ରକ୍।  ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୬ ଜଣ ଆହତ ହୋଇଛନ୍ତି ।   ମୃତକ ଜଣକ ସେଠିକାର ଫଳ ଦୋକାନୀ ଓ ତାଙ୍କ ନାମ ସୁବାସ ସାହୁ। ଏହି ଘଟଣା ପରେ ସେଠାରେ ପ୍ରବଳ ଉତ୍ତେଜନା ଦେଖାଦେଇଛି।

ସାଲେପୁର-ଖଇରା ରାସ୍ତା ଏକ ଜନଗହଳି ପୂର୍ଣ୍ଣ ସ୍ଥାନ । ସନ୍ଧ୍ୟାରେ ଖଇରା ପୋଲ ନିକଟରେ ଭିଡ ଲାଗି ରହିଥିଲା । ଲେକେ ପୋଲ ନିକଟରେ ଗାଡ଼ିରଖି ନିକଟରେ ଥିବା ଫଳ ଦୋକାନରୁ ଫଳ କିଣୁଥିଲେ। ଏହି ସମୟରେ ଗୋଟିଏ ଟ୍ରକ୍ ଦ୍ରୁତଗତିରେ ଆସି ରାସ୍ତା କଡରେ ଥିବା ବାଇକ୍ ଓ କାରକୁ ଧକ୍କା ଦେଇଥିଲା   । ଧକ୍କା ଏତେ ଜୋର ଥିଲା ଯେ, ଗାଡ଼ିଗୁଡ଼ିକ ସହ ଟ୍ରକ ଫଳ ଦୋକାନ ଭିତରକୁ ପଶି ଯାଇଥିଲା।

ତେଣୁ ବାଇକ ଉପରେ ଓ କାର ଭିତରେ ଥିବା ଲୋକଙ୍କ ସହ ପାଖରେ ଛିଡ଼ା  ହୋଇଥିବା ଲୋକେ ଓ    ଦୋକାନୀମାନେ ଆହତ ହୋଇଥିଲେ। ଖବର ପାଇ ଜଗତପୁର ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚିଛି ।ଆହତମାନଙ୍କୁ କଟକ ବଡ ମେଡିକାଲକୁ ପଠାଯାଇଛି ।  ଦୁର୍ଘଟଣା ପରେ ଟ୍ରକ  ଡ୍ରାଇଭର ଫେରାର ହୋଇଯାଇଛି।

Leave A Reply

Your email address will not be published.