Latest Odisha News

BREAKING NEWS

ପୁଷ୍ପା ୨ରେ ରାମଚରଣଙ୍କ ଏଂଟ୍ରି

ମାଡ୍ରାସ: ପୁଷ୍ପା ଫିଲ୍ମର ଅପୂର୍ବ ସଫଳତା ପରେ ମେକର୍ସ ଏହାର ଦ୍ୱିତୀୟ ପାର୍ଟ ପୁଷ୍ପା ୨ର ଘୋଷଣା କରି ଦେଇଛନ୍ତି । ଅଲ୍ଲୁ ଅର୍ଜନଙ୍କ ସହ ଏଥିରେ ସୁପରଷ୍ଟାର ରାମଚରଣ ଅଭିନୟ କରିବେ ବୋଲି ଜଣାପଡିଛି । ଏଥିରେ ସେ ଅଳ୍ପ ସମୟ ପାଇଁ କିନ୍ତୁ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହେବେ । ଫିଲ୍ମର ଶୁଟିଂ ୧୨ ଡିସେମ୍ବରରରୁ ଆରମ୍ଭ ହେବ ବୋଲି ମେକର୍ସଙ୍କ ପକ୍ଷରୁ ଘୋଷଣା କରାଯାଇଛି । ସ୍କ୍ରିପ୍ଟ, ମ୍ୟୁଜିକ ଓ ଅନ୍ୟ ଷ୍ଟାର କାଷ୍ଟ ଚୟନ ପ୍ରୟେତଃ ଶେଷ ହୋଇଯାଇଛି । ପୂର୍ବରୁ ରାମଚରଣ ନିର୍ଦ୍ଦେଶକ ସୁକୁମାରଙ୍କ ସହ ରଙ୍ଗାସ୍ଥଳମରେ କାର୍ଯ୍ୟ କରି ସାରିଛନ୍ତି । ଏହା ସେ ସମୟରେ ବ୍ଲକବଷ୍ଟର ସାବ୍ୟସ୍ତ ହୋଇଥିଲା । ଏହା ବ୍ୟତୀତ ୨୦୨୨ରେ ଆରଆରଆର ଫିଲ୍ମରେ ସେ ଦର୍ଶକଙ୍କ ମନ ଜିଣିବାରେ ସଫଳ ହୋଇଛନ୍ତି ।

ଅଲ୍ଲୁ ଅର୍ଜୁନ ଓ ରାମଚରଣଙ୍କ ଡବଲ ଡୋଜ ଦେଖିବା ନେଇ ପ୍ରଶଂସକମାନେ ଏବେଠାରୁ ବ୍ୟଗ୍ର ହୋଇ ପଡିଛନ୍ତି । ରଶ୍ମିକ ମନ୍ଦାନା ମଧ୍ୟ ପୁଷ୍ପା ୨ରେ ଏକ ଭଲ ଭୂମିକାରେ ଅଭିନୟ କରିବେ । ୨୦୨୪ରେ ଫିଲ୍ମ ରିଲିଜ ହେବ ବୋଲି ମେକର୍ସଙ୍କ ପକ୍ଷରୁ ଆଶା ବ୍ୟକ୍ତ କରାଯାଇଛି । ପୁଷ୍ପାର ସ୍ୱାଗ, ମ୍ୟୁଜିକ ଓ ଷ୍ଟାଇଲ ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିବାରୁ ଏହାର ପରବର୍ତୀ ଭାଗରେ କିଛି ନୂଆ ଭେଟି ଦେବା ପାଇଁ ସୁକୁମାର ଚେଷ୍ଟା ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.