Latest Odisha News

BREAKING NEWS

ଆସନ୍ତୁ ଜାଣିବା ମାଙ୍କଡ ଯୋଗୁ କେଉଁ ଗ୍ରାମରେ ଝିଅମାନେ ଅବିବାହିତ ରହିଯାଉଛନ୍ତି

ପାଟନା: ବିଶ୍ୱାସ ନ ହେଲେ ବି ସତ । ଭୋଜପୁରୀ ଜିଲାର ରତନପୁର ଗ୍ରାମରେ ମାଙ୍କଡ ସାଜିଛି ଭିଲିଆନ୍ । ମାଙ୍କଡ ଉପଦ୍ରବ ଯୋଗୁ ଏଠାକାର ଝିଅମାନେ ଅବିବାହିତ ରହିବାକୁ ବାଧ୍ୟ ହେଉଛନ୍ତି । ବିବାହ ପ୍ରସ୍ତାବ ପଡିଲେ ମଧ୍ୟ ରତପୁରକୁ ବରଯାତ୍ରୀ ନେଇ ଆସିବାକୁ ଡରୁଛନ୍ତି ପୁଅ ଘରର ଲୋକମାନେ । ମାଙ୍କଡଙ୍କ ଆକ୍ରମଣ ଯୋଗୁ ଅନେକ ଥର ବରଯାତ୍ରୀଙ୍କୁ ରକ୍ତାକ୍ତ ହେବାକୁ ପଡୁଛି । ଏହି ଭୟରେ ଏହି ଗ୍ରାମରେ ବୋହୂ କରିବାକୁ କେହି ରାଜି ହେଉ ନାହାନ୍ତି ।

କିଛି ଦିନ ତଳେ ସାହସ କରି ହସ ଖୁସିରେ ବର ସହ ବରଯାତ୍ରୀ ଓ ଅନ୍ୟମାନେ ଆସିଥିଲେ । ମାତ୍ର କ୍ଷଣିକ ମଧ୍ୟରେ ସବୁ କିଛି ଏପଟ ସେପଟ ହୋଇ ଯାଇଥିଲା । ବରଯାତ୍ରୀ ଜୀବନ ବଂଚାଇ ପଳାଇଯିବାକୁ ବାଧ୍ୟ ହୋଇଥିଲେ । ରତନପୁର ପାଖାପାଖି ଅନ୍ୟ ଗ୍ରାମଗୁଡିକ ମଧ୍ୟ ଧିରେ ଧିରେ ଏହି ମାଙ୍କଡ ସମସ୍ୟାରେ ପଡିଲେଣି । ପ୍ରଶାସନ ଏ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ଗ୍ରାମବାସୀ ମାନେ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.