Latest Odisha News

BREAKING NEWS

ଭାରତ ହାତରୁ ଖସିଗଲା ସିରିଜ୍ କ୍ଲିନ୍ ସ୍ବିପ୍: ଶେଷ ଟି-୨୦ ଜିତିଲା ଅଷ୍ଟ୍ରେଲିଆ

ସିଡନୀ: ଟିମ୍ ଇଣ୍ଡିଆର ସିରିଜ୍ କ୍ଲିନ୍ ସ୍ବିପ୍ ଆଶା ମଉଳିଗଲା । ଅଷ୍ଟ୍ରେଲିଆ ମାଟିରେ ଅଷ୍ଟ୍ରେଲିଆକୁ ୩-୦ରେ ହରାଇବାର ସ୍ବପ୍ନ ଅଧୁରା ରହିଗଲା । ଶେଷ ଟି-୨୦ରେ ବାଜି ମାରିନେଲା କଙ୍ଗାରୁ ଦଳ । ଭାରତକୁ ୧୨ ରନରେ ହରାଇ ଅଷ୍ଟ୍ରେଲିଆ ସମ୍ମାନ ରଖିଲା । ଶେଷ ଟି-୨୦ରେ ପରାଜୟ ସତ୍ତ୍ବେ ଭାରତ ୨-୧ରେ ସିରିଜ୍ କବଜା କରିଛି ।

ପ୍ରଥମେ ବ୍ୟାଟିଂ କରିଥିବା ଘରୋଇ ଦଳ ନିର୍ଦ୍ଧାରିତ ଓଭରରେ ୫ ୱିକେଟ୍ ହରାଇ କରିଥିଲା ୧୮୬ ରନ୍ । ଟିମ୍ ଇଣ୍ଡିଆକୁ ବିଜୟ ପାଇଁ ଦେଇଥିଲା ୧୮୭ ରନର ଟାର୍ଗେଟ୍ । ଭାରତ ନିର୍ଦ୍ଧାରିତ ଓଭରରେ ୭ ୱିକେଟ ହରାଇ ୧୭୪ ରନ୍ ହିଁ କରିପାରିଥିଲା । ଟିମ୍ ପକ୍ଷରୁ ଅଧିନାୟକ ବିରାଟ କୋହଲୀ ସର୍ବାଧିକ ୮୫ ରନ୍ କରିଥିଲେ । ହେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଭଲ ସ୍କୋର କରିପାରିନଥିଲେ । କୋହଲୀ, ଧୱନଙ୍କ ସହ ଜବରଦସ୍ତ ବ୍ୟାଟିଂ କରି ୭୪ ରନର ପାର୍ଟନରସିପ୍ କରିଥିଲେ । ଧୱନ ୨୮ ରନ୍ କରି ଆଉଟ୍ ହୋଇଥିଲେ । ସମସ୍ତଙ୍କ ନଜର ଥିଲା ପାଣ୍ଡ୍ୟାଙ୍କ ଉପରେ । ହେଲେ ସେ ମଧ୍ୟ ଆଜିର ମ୍ୟାଚରେ ଫେଲ ମାରିଥିଲେ ।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିଲା ଅଷ୍ଟ୍ରେଲିଆ । ଆରମ୍ଭରୁ ହିଁ ଅଷ୍ଟ୍ରେଲିଆକୁ ଝଟକା ଲାଗିଥିଲା । ଦଳ ପକ୍ଷରୁ ମାଥ୍ୟୁ ୱେଡ୍ ସର୍ବାଧିକ ୮୦ ରନ୍ କରିଥିଲେ । ମାସ୍କୱେଲ ୫୪ ରନର ଇନିଂସ ଖେଳିଥିଲେ । ଦୁଇ ଜଣ ତୃତୀୟ ୱିକେଟ୍ ପାଇଁ ୯୦ ରନର ପାର୍ଟନରସିପ୍ କରିଥିଲେ । ଭାରତ ପକ୍ଷରୁ ଆଜି ସବୁଠୁ ସଫଳ ବୋଲର ହୋଇଥିଲେ ୱାଶିଂଟନ ସୁନ୍ଦର । ସେ ୩୪ ରନ୍ ଦେଇ ଦୁଇଟି ୱିକେଟ୍ ନେଇଥିଲେ ।

 

Leave A Reply

Your email address will not be published.