Latest Odisha News

BREAKING NEWS

ଆଇପିଏଲର ଅଜେୟ ଖେଳାଳି

ନୂଆଦିଲ୍ଲୀ: ଆଇପିଏଲ ୨୦୨୬ ଶେଷ ହୋଇଯାଇଛି । ଗୁଜରାଟ ଟାଇଟାନ୍ସକୁ ହରାଇ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ପୂନର୍ବାର ଚାମ୍ପିୟନ ହୋଇଛି । ତେବେ ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଆଇପିଏଲର କେତେକ ଖେଳାଳି ଅଜେୟ ରହିଛନ୍ତି । ସେମାନେ ଖେଳିଥିବା ମ୍ୟାଚରେ ତାଙ୍କ ଦଳ ପରାଜିତ ହୋଇନି । ଏଥର ଆରସିବି ପକ୍ଷରୁ ଜ୍ୟାକବ ଡଫି ୬ଟି ମ୍ୟାଚ ଖେଳିଛନ୍ତି । ବେଙ୍ଗାଲୁର ଏହି ସମସ୍ତ ମ୍ୟାଚରେ ବିଜୟ ହାସଲ କରିଛି । କୌଣସି ମ୍ୟାଚ ନ ହାରି ଆଇପିଏଲ ଟ୍ରଫି ଜିିତିଥିବା ସେ ପ୍ରଥମ ଆରସିବି ଖେଳାଳି ହୋଇଛନ୍ତି । ଡଫି ଆନ୍ତର୍ଜାତୀୟ ଟି୨୦ରେ ୪୮ ମ୍ୟାଚରେ ୬୨ ୱିକେଟ ନେଇଛନ୍ତିି ।

ପୂର୍ବରୁ ଆଇପିଏଲରେ ହରମିତ ସିଂ ୨୦୦୯ରେ ଡେକାନ ଚାର୍ଜର୍ସ ପକ୍ଷରୁ ୭ଟି ମ୍ୟାଚ ଖେଳି ସମସ୍ତ ମୁକାବିଲାରେ ବିଜୟ ହାସଲ କରିଛନ୍ତି । ୨୦୦୮ରେ ଚେନ୍ନାଇ ସୁପର କିଙ୍ଗସର ପଲାନୀ ଅମରନାଥ ୬ଟି ମ୍ୟାଚ ଖେଳିଥିଲେ । ଚେନ୍ନାଇ ଏହି ସମସ୍ତ ମ୍ୟାଚରେ ବିଜୟୀ ହୋଇଥିଲା । ୨୦୦୮ରେ ପଞ୍ଜାବ କିଙ୍ଗସ ପକ୍ଷରୁ ବ୍ଲ୍ୟକ ପୋମର୍ଶବ୍ୟାକ ୬ଟି ମ୍ୟାଚ ଖେଳିଥିଲେ । ପଞ୍ଜାବ ସମସ୍ତ ମୁକାବିଲାରେ ବିଜୟ ହାସଲ କରିଥିଲା ।

Leave A Reply

Your email address will not be published.