Latest Odisha News

BREAKING NEWS

ରୁପାରେ ଝଲସିବ ଶ୍ରୀମନ୍ଦିରର ୮ଟି ଦ୍ୱାର, ଡିଜାଇନ ଅନୁଧ୍ୟାନ କଲେ ଟିମ୍

ପୁରୀ: ରୁପାରେ ଝଲସିବ ଶ୍ରୀମନ୍ଦିରର ୮ଟି ଦ୍ୱାର । ତେବେ କେଉଁ ଡିଜାଇନରେ ତିଆରି ହେବ କବାଟ ସେ ନେଇ ଚୂଡାନ୍ତ ନିଷ୍ପତ୍ତି ହୋଇନାହିଁ । ଆଜି ଶ୍ରୀମନ୍ଦିରର ସ୍ୱତନ୍ତ୍ର କମିଟିର ୧୦ ଜଣିଆ ଟିମ୍ ଶିଳ୍ପୀ ଗ୍ରାମ ରଘୁରାଜପୁର ଯାଇ ବିଭିନ୍ନ ଡିଜାଇନ୍ ଅନୁଧ୍ୟାନ କରିଛନ୍ତି । ବିଭିନ୍ନ ଚିତ୍ରକଳା ଡିଜାଇନ ଦେଖିବା ସହ କିଛି ଡିଜାଇନ ସଂଗ୍ରହ କରିଛନ୍ତି।

ପଟ୍ଟଚିତ୍ରର ଏନ୍ତୁଡି ଶାଳ ରଘୁରାଜପୁର ହୋଇଥିବାରୁ ଶ୍ରୀଜଗନ୍ନାଥ ସଂସ୍କୃତି ଏବଂ ଉତ୍କଳୀୟ ପରମ୍ପରାକୁ ଆଧାର କରି ଶତତଦଳ ପଦ୍ମ, ଓଲଟା ପଦ୍ମ, ଫୁଟା ପଦ୍ମ, ଅବର୍ଣ୍ଣନୀୟ ପଦ୍ମ ଓ ସହସ୍ରଦଳ ପଦ୍ମର ଡିଜାଇନ୍ ସଂଗ୍ରହ କରିଛି। ଏହି ଡିଜାଇନକୁ ଆସନ୍ତା ୧୯ ତାରିଖରେ ଅନଷ୍ଠିତ ହେବାକୁ ଥିବା ବୈଠକରେ ଉପସ୍ଥାପନା କରାଯିବା ପରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ।

ମୁମ୍ବାଇର ଜଣେ ଦାତା ଶ୍ରୀମନ୍ଦିର କବାଟ ରୂପା ଛାଉଣୀ ନେଇ ୨.୫ ଟନ୍ ରୂପା ଦେଉଥିବା ବେଳେ ଆଜି ଏହି ଦାତାଙ୍କ ପ୍ରତିନିଧି ଶ୍ରୀମନ୍ଦିର ଯାଇ କଳାହାଟ ଦ୍ୱାରର ମାପ ଚୁପ କରିଛନ୍ତି। ପ୍ରତିଟି ଦ୍ୱାରର ରୂପା ଛାଉଣୀ ଭିନ୍ନ ଭିନ୍ନ ଡିଜାଇନର ହେବ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ କହିଛନ୍ତି।

Leave A Reply

Your email address will not be published.