ଭୁବନେଶ୍ବର: ରାଜଧାନୀରୁ ବିପୁଳ ପରିମାଣରେ ନକଲି ଘିଅ ଜବତ ହୋଇଛି । କଟକରୁ ଲଗାତାର ନକଲି ଖାଦ୍ୟ ସାମଗ୍ରୀ ଜବତ ହେବା ପରେ ଏବେ ଭୁବନେଶ୍ବରରୁ ଭେଜଲ ଘିଅ କାରଖାନା ଠାବ କରିଛି ପୋଲିସ ।
ତ୍ରିଲୋଚନ ବିହାରରେ ଏୟାର ଫିଲ୍ଡ ଥାନା ପୋଲିସ ଓ କୁଇକ୍ ଆକ୍ସନ ଟିମ୍ ଚଢାଉ କରି ବିପୁଳ ପରିମାଣର ନକଲି ଘିଅ ଜବତ କରିଛି । ଫୁଡ ସେଫ୍ଟି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ପରୀକ୍ଷା ପାଇଁ ନମୁନା ସଂଗ୍ରହ କରିଛନ୍ତି ।
Comments are closed.